କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ଯୋଗେଶ ସିଂ

ଭୁବନେଶ୍ବର,୧୮/୧: କଂଗ୍ରେସରୁ ନିଳମ୍ବିତ ହୋଇଥିବା ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ଓଡିଶା ବିଧାନସଭାର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ଶ୍ରୀଯୁକ୍ତ ସିଂଙ୍କୁ ନିଲମ୍ବିତ କରାଯାଇଥିଲା । ଦୁଇ ଦୁଇ ଥର ବିଧାୟକ ହୋଇଥିବା ଯୋଗେଶ ସିଂ ତାଙ୍କୁ କାହିଁକି ଦଳରୁ ନିଳମ୍ବିତ କରାଗଲା ବୋଲି ପ୍ରଶ୍ନ କରିବା ସହ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି ।

ବିଧାୟକ ଶ୍ରୀଯୁକ୍ତ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି “ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାରେ ମୁଁ ପ୍ରଥମ ବ୍ୟକ୍ତି ନୁହଁ । ପ୍ରାକ୍ତନ କଂଗ୍ରେସ ସରକାର ସମୟରେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଅନେକ ସମୟରେ ତାଙ୍କର ପ୍ରଶଂସା କରିଛନ୍ତି ।

ଦୁଇ ଦିନ ତଳେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ କଂଗ୍ରେସରୁ ଇସ୍ତଫା ଦେଇଥିବାବେଳେ ଆଜି ବିଧାୟକ ଯୋଗେଶ ସିଂଙ୍କ ଇସ୍ତଫା କଂଗ୍ରେସ ପାଇଁ ବଡ ଝଟକା ବୋଲି କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.