କାର୍ଲି ଠାରେ ‘ଅମୃତ ମାତୃ ପିତୃ ସେବା’ 

ଜୁନାଗଡ,୧୮/୧: ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉତ୍ସର୍ଗିକୃତ କାର୍ଯ୍ୟକ୍ରମ ‘ଅମୃତ ମାତୃ ପିତୃ ସେବା’ ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାର୍ଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷାବିତ ନାରାୟଣ ନେଗୀ, ସମ୍ମାନିତ ଅତିଥି ବସନ୍ତ ନାଏକ, ଯୁବ ସଂଗଠକ ପ୍ରଭାତ ଦାସ, ଆଇନଜୀବି ଚିତ୍ତରଞ୍ଜନ  ନିଆଲ ପ୍ରମୂଖ ଯୋଗ ଦେଇ ଅନୁଷ୍ଠାନର ମହତ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିବା ସହ ବୃଦ୍ଧ ପିତା ମାତାଙ୍କ ସେବା କରିବା ପ୍ରତ୍ୟେକ ସନ୍ତାନର କର୍ତବ୍ୟ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗଠନର ସଂପାଦକ ଅବିନାଶ ପଣ୍ଡା ସଂଯୋଜନା କରି ସମାଜର ପ୍ରତେକ ବ୍ୟକ୍ତି ବରିଷ୍ଠ ନାଗରିକ ତଥା ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ ସମ୍ଵେଦନଶିଳ ହେବା ସହ ଯତ୍ନବାନ ହେବା ଉଚିତ ବୋଲି ଆଶା ପୋଷଣ କରିଥିଲେ । ସଂଗଠନର ମୋତି ଜାନୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୋପୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଲି, ପୁରୁଣାସର, ଚାରଭାଟି, ଝାରବନ୍ଧ ଆଦି ଗ୍ରାମରେ ୬୦ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.