ତପନ କୁମାର ସାହୁଙ୍କ କବିତା : ପିଠା

ଇଟା କେନ୍ତା ପିଠା
ସୁଆଦ ନାଇଁ କି ନାଇଁ ଲାଗୁଛେ ମିଠା
ଇଟା କେନ୍ତା ପିଠା ll

ଛୁଆଁ ଦିନେ ଖାଉଥିନୁ ଆମେ
ଅରସା ସୁଆଁଳି ମିଠା
ଇଟା କେନ୍ତା ପିଠା
ସୁଆଦ ନାଇଁ କି ନାଇଁ ଲାଗୁଛେ ମିଠ ll

ପଏସା ବଜାର ସତେ
ଲୁଟୁଛ ତମେ ସରକାର
ଭୋଟ ଆଉଛେଁ ବୋଲି
ଦେଖଉଛ କେତନି ନାଟ
ଚାଷୀ ମୁଲିଆ କୁଳି ଭୁତିକେ
ଖେଳି ଦେଇଛ ସଠା
ସତେ ଇଟା କେନ୍ତା ରକମ ର ପିଠା
ସୁଆଦ ନାଇଁ କି ନାଇଁ ଲାଗୁଛେ ମିଠା
ଇଟା କେନ୍ତା ପିଠା ll

ଗାଁ ଗାଁ ନେ ନାଚ ଗୀତ
ସରକାର ମଜାମଜଲିସ
ବଢ଼ି ବେଳେ `ମରଡ଼ି ହେଲେ
କାନ୍ଦସି ଚାଷୀ ଭଳି ଭଳି
ହେ ବେଳେ କେନେ ଥିସି ପଏସା ପତର
ଇଛନ କାଡୁଛ ଚଟପଟ
ହାଏ ବୋ ଵବା ଧଳା କୁର୍ତା ଵାଲା
ଖୁଏଇ ଦେଲ ମିଠା
ସତେ ଇଟା କେନ୍ତା ପିଠା
ସୁଆଦ ନାଇଁ କି ନାଇଁ ଲାଗୁଛେ ମିଠା
ସତେ ଇଟା କେନ୍ତା ପିଠା ll

କେନେ ଶୁଇଥିଲ ହୋ
ଭାଙ୍ଗୁଛେ ଆଏଜ ସପନ
କାଳିଆ ସୁନେତ୍ର ମମତା
ବନାଲ ଏବେ କରି ଜତନ
ଆଉଁଛେ ଆଗକେ ଭୋଟ
ହେତିର ଲଗସି ଫିକସ ନୋଟ
ଆଗନୁ ଖାଲି ଯାହା ତମର
କାଳିଆ ଧରିଛେ ପାଏସା ବଟା
ଇଟା କେନ୍ତା ରକମ ପିଠା
ସୁଆଦ ନାଇଁ କି ନାଇଁ ଲାଗୁଛେ ମିଠା
ଇଟା କେନ୍ତା ପିଠା ll

ସମିଆ ଚାଲିଛେ ବଦଲା କନିଆଁ
ନେତା ମାନକର ଉଦଉଦିଆଁ
ଜନତା କେ ଭାବୁଛନ୍ ଭକୁଆ
କାଜୁ କିସମିସ ଖିଆ ନେତା….
ନବୀନ ବବା ତ ବିଦେଶେ ପଠପଢା
ବାନେଇଛେ ସପନ ଦେଖି ପିଠା
ଇଟା କେନ୍ତା ପିଠା
ଛୁଆ ଦିନେ ଖଉଥିନୁ ଆମେ
ଅରସା ସୁଆଁଳି ମିଠା
ସୁଆଦ ନାଇଁ କି ନାଇଁ ଲାଗୁଛେ ମିଠା
ଇଟା କେନ୍ତା ପିଠା ll

ଟକାରୁମାଲ, ରିଞ୍ଜା,
କଳାହାଣ୍ଡି.
ମୋ. 7328001575

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.