କେନ୍ଦ୍ରରେ ସରକାର ପରିବର୍ତ୍ତନ ପାଇଁ ମମତା ବାନାର୍ଜୀଙ୍କ ଆହ୍ବାନ

ମମତାଙ୍କ ନୂଆ ନାରା: ବଦଳେଇ ଦିଅ, ବଦଳେଇ ଦିଅ, ଦିଲ୍ଲୀ ସରକାରକୁ ବଦଳେଇ ଦିଅ

କୋଲକାତା,୧୯/୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ କୋଲକାତାରେ ବିପକ୍ଷ ରାଜନୈତିକ ଦଳର ମହାରେଲିରେ ମୋଦୀ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ମମତା ଦାବି କରିଛନ୍ତି ଯେ ରାଜନାଥ ସିଂ, ସୁଷମା ସ୍ବରାଜ ଓ ନିତିନ ଗଡକରିଙ୍କୁ ଭାଜପା ଅଣଦେଖା କରିଆସିଛି । ଯଦି ପାର୍ଟି ପୁଣିଥରେ ଲୋକସଭା ନିର୍ବାଚନ ଜିତେ, ତେବେ ଏମାନଙ୍କୁ ପୁଣିଥରେ ଅଣଦେଖା କରାଯିବ । ରାଜନୀତିରେ ଶିଷ୍ଟତା ଥାଏ, କିନ୍ତୁ ବିଜେପି ଏହାକୁ ପାଳନ କରୁନାହିଁ । ମମତା ପୁଣି କହିଲେ ଯେ, ମୋଦୀ ସରକାରର ଏକ୍ସପାଏରି ଡେଟ୍ ସରିଯାଇଛି । ମମତା ରେଲିରେ ନୂଆ ନାରା ବି ଦେଇଥିଲେ: ‘ବଦଳେଇ ଦିଅ, ବଦଳେଇ ଦିଅ, ଦିଲ୍ଲୀ ସରକାରକୁ ବଦଳେଇ ଦିଅ ।’

ଏଠାରେ ସୂଚନାଯୋଗ୍ୟ ଯେ, ମମତା ବାନାର୍ଜୀ ବିପକ୍ଷୀ ଏକତା ପାଇଁ ମହାରେଲି ଡକାଇଛନ୍ତି । ଏହି ରେଲିର ଉଦ୍ଦେଶ୍ୟ, କେନ୍ଦ୍ରର ମୋଦୀ ସରକାରକୁ ହଟାଇବା ଓ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ କରାଇବା । ଏହି ରେଲିରେ ସାମିଲ ହେବାକୁ ଅନେକ ବରିଷ୍ଠ ନେତା କୋଲକାତା ପହଞ୍ଚିଛନ୍ତି । ଯେଉଁମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେ ଗୌଡା, ତିନି ଜଣ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଏଚଡି କୁମାରସ୍ବାମୀ ଓ ଅରବିନ୍ଦ କେଜରିୱାଲ, ୬ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଖିଳେଶ ଯାଦବ, ଫାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା, ବାବୁଲାଲ ମାରାଣ୍ଡି, ମାୟାବତୀ (ତାଙ୍କର ପ୍ରତିନିଧି ସତୀଶ ମିଶ୍ର) ଓ ଗୋଗାଙ୍ଗ ଆପାଙ୍ଗ । ୫ଜଣ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ, ଶରଦ ପାୱର, ଯଶବନ୍ତ ସିଂହ୍ନା, ଅରୁଣ ସୌରୀ ଓ ରାମ ଜେଠମାଲାନୀ ପ୍ରମୁଖ ମହା ମହା ରାଜନେତା ଏକତ୍ରିତ ହୋଇଛନ୍ତି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.