ଧର୍ମଗଡ଼,୨୦/୧: ମା ମାଉଳି ହାଟ ଗୋସିଆଣୀଙ୍କ ମଣ୍ଡେଇ ଉତ୍ସବ ଧଅଁରପୁର ଠାରେ ଶନିବାର ଅନୁଷ୍ଠିତ ହୋଇ ଯାଇଛି। ପରମ୍ପରା ଅନୁଯାୟୀ ପୌଷ ମାସ ତ୍ରୟୋଦଶୀ କିମ୍ପା ଦ୍ଵାଦଶୀ ତିଥିରେ ଏହି ଯାତ୍ରା ବହୁ ଦିନରୁ ହେଇ ଆସୁଛି। ଗାଁର ପୁଝାରୀ ଯୁବରାଜ ନାଏକ ଗାଁ ମୁଣ୍ଡରେ ଥିବା ବଜାର ସମୂହରେ ରୀତି ନୀତି ଅନୁଯାୟୀ ମାଙ୍କ ପୀଠରେ ପୂଜା କରିଥାନ୍ତି।ଏହା ସହ ଆଖ ପାଖ ଦେବା ଦେବୀ ଙ୍କୁ ମଧ୍ୟ ଆମନ୍ତ୍ରଣ କରା ଯାଇଥାଏ। ଏହି ଆମନ୍ତ୍ରୀତ ଅତିଥି ଦେବାଦେବୀ ନିଜ ଲାଠି, ଡୋଳା ଓ ମଣିଷ ଦେହରେ ସବାର ହୋଇ ଆସିଥାନ୍ତି ଓ ସେମାନ ଙ୍କୁ ସମ୍ମାନ ସହ ଗାଁ ପୁଝାରି ଏବଂ ସବାରି ଦେବୀ ସ୍ୱାଗତ ସମ୍ବର୍ଦ୍ଧନା କରିଥାନ୍ତି। ଏହି ମଣ୍ଡେଇ ଉତ୍ସବ ଧଅଁରପୁର ଗ୍ରାମ ବାସୀ ଓ ପଞ୍ଚାୟତ ଅଧିନସ୍ତ ଗ୍ରାମ ବାସୀଙ୍କ ସହାୟତା ରେ ଅନୁଷ୍ଟିତ ହୋଇଥିଲା। ମାଙ୍କ ଯାତ୍ରା ଦେଖିବାକୁ ଶହଶହ ମାନସିକ ଧାରୀଙ୍କ ଭିଡ଼ ଜମି ଥାଏ। କିଏ କୁକୁଡ଼ା ତ କିଏ ବୋଦା ବଳି ଦେଇଥାନ୍ତି। ଏବର୍ଷ ମାଙ୍କ ପୀଠରେ ୩୦ ଗୋଟି ବଳି ପଡିଥିଲା। ଏହି ଅବସରରେ ରାତ୍ରରେ ସଂସ୍କୃତିକ କାଯ୍ୟକ୍ରମ ମଧ୍ୟରେ ଘୁମୁରା ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା। ଗାଁ କମିଟିର ସଭାପତି ସରପଞ୍ଚ ଜଗଶ୍ୟାମ ଜୁଏଡ଼, ସମ୍ପାଦକ ଧ୍ରୁବ ସେଠିଆ, କରୁଣାକର ଖମାରି, ଗୌତମ ସେଠିଆ, ଟଙ୍କଧର ଅଟି ଓ ବଂଶୀଧର ନାଏକଙ୍କ ପ୍ରମୁଖ ଭୂମିକାରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ।
ଧର୍ମଗଡ ରୁ ଲବଣି ରାଉତଙ୍କ ରିପୋର୍ଟ odiabarta.in