ନୂଆପଡାରେ ଜଙ୍ଗଲୀ ହାତୀ ଆତଙ୍କ

  • ୭ ଦିନ ଧରି ଚଲାଇଛି ରାଜୁତି

  • ଭୟରେ ତାଟି କବାଟ ବନ୍ଦ

  • ବ୍ୟାପକ ଫସଲ କ୍ଷୟକ୍ଷତି

  • ଅନ୍ଧାରରେ ରାତି କାଟୁଛନ୍ତି ଲୋକେ

ନୂଆପଡ଼ା,୨୦/୧: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ୭ ଦିନ ଧରି ହାତୀ ଆତଙ୍କ ଦେଖା ଦେଇଛି । ୩୦ଟି ଜଙ୍ଗଳି ଦନ୍ତା ହାତୀର ରାଜୁତିରେ ଲୋକେ ଭୟଭିତ ହୋଇ ଘର ତାଟି କବାଟ ବନ୍ଦ କରି ରହୁଛନ୍ତି । ହାତୀ ଉପଦ୍ରବରେ କୋନାବିରା ଅଞ୍ଚଳରେ ବ୍ୟାପକ ଫସଳ ନଷ୍ଟ ହୋଇଛି । ହାତୀ ଯୋଗୁଁ ୭ ଦିନ ହେଲା କୋମନା ବ୍ଲକର ସମସ୍ତ ଗାଁ ବିଦ୍ୟୁତ ସରବରାହ ବନ୍ଦ ହୋଇଥିବାରୁ ଲୋକେ ଅନ୍ଧକାରମୟ ପରିବେଶରେ ଆତଙ୍କିତ ଅବସ୍ଥାରେ ରାତି କାଟୁଛନ୍ତି ।

ଗତ ୧୪ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ତୁରେକେଲା ସଂରକ୍ଷିତ ଜଙ୍ଗଳରୁ ୩୦ ଟି ଜଙ୍ଗଳି ଦନ୍ତା ହାତୀ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୀମାନ୍ତ ପେଣ୍ଡରାବନ୍ଧରେ ପ୍ରବେଶ କରିଥିଲେ । ଦୁଇ ଦିନ ଧରି ପେଣ୍ଡରାବନ୍ଧ ଡେମ ନିକଟ ଭାଲୁବାହାଲ ଜଙ୍ଗଲରେ ରହି ଆତଙ୍କ ଖେଳାଇଥିଲା । କୋନାବିରା ଅଞ୍ଚଳକୁ ଆସି ବହୁ ପନିପରିବା ଫସଲ ନଷ୍ଟ କରିଥିଲେ । କୋନାବିରା ଗାଁର ଦୁଇ ଭାଇ ଶିବରାମ ରଣାଙ୍କ ୧.୧୫ ଏକର ଓ ଜୟରାମ ରଣା ୧.୧୫ ଏକର ଜମିର କଦଳି ବଗିଚାକୁ ଦଳି ଚକଟି ନଷ୍ଟ କରିଥିଲେ । କଦଳି ବଗିଚାର ବହୁ ପନିପରିବା, ଫଳ ଗଛକୁ ଭାଙ୍ଗି ଚୁରମାର କରିଥିଲେ ।

ଗରିବ ଶ୍ରେଣୀର ଦୁଇ ଭାଇ ବହୁ କଷ୍ଟରେ କଦଳି ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଏବେ କଦଳି ବଗିଚାକୁ ନଷ୍ଟ କରି ଦେଇଥିବାରୁ ଚିନ୍ତାରେ ପଡି ଯାଇଛନ୍ତି । ସେହିପରି ଝୁମାବାଇ ନାଏକ ତାଙ୍କ ଧାନ ଖଳାରେ ୩୦ ବସ୍ତା ଧାନକୁ ସିଝାଇ ସୁଖାଇ ରଖିଥିଲେ । ରାତିରେ ଧାନ ଖଳାକୁ ଆସି ଧାନ ଖାଇ ନଷ୍ଟ କରିଥିଲା । ନିଜ ପରିବାର ଲୋକେ ବର୍ଷ ତମାମ ଖାଇବାକୁ ଥିବା ଧାନକୁ ହାତୀ ଖାଇ ନଷ୍ଟ କରିଥିବାରୁ କେମିତି ନିଜ ପରିବାର ପ୍ରତିପୋଷଣ କରିବେ ଭାଳେଣି ପଡି ଯାଇଛି । କେଶବ ନାଏକଙ୍କ ସମେତ ଅଞ୍ଚଳର ବହୁ ଚାଷୀଙ୍କ ଚନା ଫସଳକୁ ଖାଇ ଦଳି ଚକଟି ନଷ୍ଟ କରିଛି ।

ଆଜି କୋମନା ବନାଞ୍ଚଳର ଭରୁଆମୁଣ୍ଡା, ବହଲମୁଣ୍ଡା, ଝାଙ୍କରିପଡା, ବାହାବଲ, କୋମନା ମାଝୀପଡା ଅଞ୍ଚଳରେ ଆତଙ୍କ ଖେଳାଇ ବ୍ୟାପକ ଫାସଳ କ୍ଷୟକ୍ଷତି କରିଛି । ମଧ୍ୟାହ୍ନରେ ଜଙ୍ଗଳି ହାତୀ ପଳ ଭରୁଆମୁଣ୍ଡା ନିକଟରେ ରହିଥିବା ବେଳେ ସନ୍ଧ୍ୟାରେ କୋମନା ମୁହାଁ ହେଉଥିବା ସୂଚନା ମିଳିଛି । ଲୋକେ ହାତୀ ଆତଙ୍କରେ ଭୟଭିତ ହୋଇ ଘର ତାଟି କବାଟ ବନ୍ଦ କରି ରହିଛନ୍ତି । ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ତିନି ଦିନ ହେଲା କୋମନା ବ୍ଲକରେ ବିଦ୍ୟୁଥ ସରବରାହ ବନ୍ଦ ହୋଇ ରହିଛି । ଲୋକେ ଅନ୍ଧକାରମୟ ପରିବେଶରେ ଆତଙ୍କିତ ଅବସ୍ଥାରେ ଦିନ ରାତି କାଟୁଛନ୍ତି । ଲୋକେ ଅଳୁଅ ଅଭାବରୁ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲୋକେ ପିଇବା ପାଣି ବୁନ୍ଦାଏ ପାଇଁ ହାହକାର ହୋଇ ପଡୁଛନ୍ତି । ଏମିତି ହାତୀ ଭୟରେ ଲୋକେ ଦିନ ବେଳା ଚାଷ ଜମି, ଜଙ୍ଗଳ ପଟେ ଯାଉନଥିବା ବେଳେ ସନ୍ଧ୍ୟା ହେଲେ ଘରୁ ବାହାରକୁ ଯାଉ ନାହାନ୍ତି । ଘଟଣା ସ୍ଥଳରେ ଡିଏଫଓ ଖୁସବନ୍ତ ସିଂ, ଏସିଏଫ ଦେବେନ୍ଦ୍ର ଖୁଣ୍ଟିଆ, ୱାଡେନ ମାୟାଧର ସରାଫ, ଖଡିଆଳ ରେଂଜର ସଢାନନ୍ଦ ସୁନାନୀ, ଫରେଷ୍ଟର ଦୁର୍ଯ୍ୟୋଧନ ଦିକ୍ଷୀତ ପ୍ରମୁଖ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ତୁରନ୍ତ ହାତୀକୁ ଘଉଡାଇବାକୁ ଉଦ୍ୟମ କରିବା ସହ କ୍ଷୟକ୍ଷତିର ସଠିକ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କ ସରକାରୀ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ବନ୍ୟପ୍ରାଣି ବିଭାଗ ନିକଟରେ କ୍ଷତିଗ୍ରସ୍ତ ଚାଷୀ ଦାବୀ କରିଛନ୍ତି । ଏନେଇ ଡିଏଫଓ ଖୁସବନ୍ତ ସିଂଙ୍କୁ ପଚାରିବାରୁ, ପ୍ରଶାସନ ତରଫରୁ ସମସ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ଓ ହାତୀଙ୍କୁ ସୁରକ୍ଷିତ ଅବସ୍ଥାରେ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ବୋଲି କହିଥିଲେ ।

ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ୍ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.