ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ଓ ପ୍ରଗତିଶୀଳ ମହିଳା ସଂଘର ବିକ୍ଷୋଭ ଓ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ଦଫା ଦାବିପତ୍ର ପ୍ରଦାନ

ରାୟଗଡ: ରାୟଗଡ ଜିଲ୍ଳା ସିପିଆଇ (ଏମଏଲ) ଲିବେରସନ୍ ର ଗଣ ସଂଗଠନ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ଓ ଅଖିଳ ଭାରତ ପ୍ରଗତିଶୀଳ ମହିଳା ସଂଘର ମିଳିତ ଆନୁକୂଲ୍ୟରେ ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଏକ ସ୍ମାରକପ୍ରତ ପ୍ରଦାନ କରାଯାଇଛି ।

ଏହି ସ୍ମାରକପତ୍ରରେ ରାୟଗଡ ଜିଲ୍ଳାର ବିଭିନ୍ନ ତାଲୁକା, ବ୍ଳକ, ଗ୍ରାମପଂଚାୟତରେ ରହୁଥିବା ଗ୍ରାମୀଣ କ୍ଷେତ ମୂଲିଆ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମଜୁରିଆ ତଥା ଅଧିବାସୀମାନେ ନିଜର ଜୀବନଜୀବିକା ଓ ଗୁଜରାଣ ମେଂଟାଇବା ପାଇଁ ତଥା ସାହୁକାରଙ୍କର ଧାରକରଜରୁ ଦୂରେଇ ରହିବା ପାଇଁ ବିଭିନ୍ନ ବେସରକାରୀ ଅର୍ଥ ଲଗାଣ ସଂସ୍ଥା(ଫାଇନାନ୍ସ), ବ୍ୟାଙ୍କ ଓ ସରକାରୀ ବ୍ୟାଙ୍କ ଠାରୁ ଋଣ ଆଣିଛନ୍ତି । ସେହିପରି ଆନୁଷ୍ଠାନିକ ଚୁକ୍ତିଭିତିକ କିସ୍ତିରେ ଋଣ ପରିଶୋଧ କରି ଆସୁଛନ୍ତି କିନ୍ତୁ ଗତ ୭ମାସ ହେଲା କୋଭିଡ-୧୯ମହାମାରୀ ରୋଗ ସରକାରଙ୍କ ନିର୍ଦ୍ଦେଶ ଓ ପୋଲିସର କଟକଣା ଯୋଗୁଁ ଘରୁ ବାହାରକୁ ବାହାରି ହେଉ ନଥିବା ବେଳେ ଜୀବନଜୀବିକାରେ କରୋନା ବାଧକ ସାଜିଛି । ଯଦ୍ୱାରା ଅର୍ଥାଭାବ ଦେଖାଦେବା ଫଳରେ ଋଣ ପରିଶୋଧ କରିବାରେ ସମସ୍ତେ ସକ୍ଷମ ହୋଇପାରୁ ନାହାନ୍ତି । ଫଳରେ ଋଣ ଦେଇଥିବା ଫାଇନାନ୍ସ କମ୍ପାନୀ, ସରକାରୀ ଓ ବେସରକାରୀ ବ୍ୟାଙ୍କ ଜବରଦସ୍ତ ଋଣ ଆଦାୟ ନିମନ୍ତେ ଅଡି ବସୁଛନ୍ତି ।

ତେଣୁ ଏହାର ସମାଧାନ ଦିଗରେ ସମସ୍ତ ଗ୍ରାମୀଣ କ୍ଷେତ ମୂଲିଆ ଓ ପ୍ରବାସୀ ଶ୍ରମିକମାନଙ୍କୁ ମନରେଗା ଯୋଜନା ତରଫରୁ ୨୦୦ଦିନ କାମ ଓ ଦୈନିକ ୫୦୦ଟଙ୍କା ମଜୁରୀ ପ୍ରଦାନ କରିବା, ସମସ୍ତ ସ୍ୱଂୟ ସହାୟକ ଗୋଷ୍ଠୀ ସହ ଯୋଡି ହୋଇଥିବା ମହିଳାମାନଙ୍କର ଋଣ ଛାଡ କରିବା ଓ ଶିକ୍ଷା ଋଣକୁ ସୁଦ୍ଧ ମୁକ୍ତ କରିବା, ସମସ୍ତଙ୍କୁ ୧ଲକ୍ଷ ଟଙ୍କା ଲେଖାଁଏ ଋଣ ଯୋଗାଇ ଦେବା ସହ ସୁଧ ମୁକ୍ତ କରିବା,ସମସ୍ତ ଗ୍ରାମୀଣ କ୍ଷେତ ମୂଲିଆ ଓ ଶ୍ରମିକମାନଙ୍କୁ ୫କେଜି ଚାଉଳ ବଦଳରେ ୧୫କେଜି ଚାଉଳ, ଡାଲି, ମାସ୍କ, ସାବୁନ, ମସଲା ଆଦି ଯୋଗାଇବା, କୋଭିଡ-୧୯ ମହାମାରୀ ମଧ୍ୟରେ ସମସ୍ତ କ୍ଷେତ ମୂଲିଆ ଶ୍ରମିକ ଓ ମହିଳାମାନଙ୍କୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା,ସାମୁହିକ ଋଣ ଲାଗି ରାଜ୍ୟସ୍ତରରେ ଏକ ନିୟନ୍ତ୍ରଣ ପ୍ରାଧୀକାରୀ ଗଠନ କରିବା ଏବଂ ସମସ୍ତ ମହିଳାମାନଙ୍କର କର୍ମ ନିଯୁକ୍ତି ଓ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ସୁନିଶ୍ଚିତ କରିବା, ସ୍ୱରୋଜଗାର ଲାଗି ୧୦ଲକ୍ଷ ଟଙ୍କା ଋଣ ଉପରେ ଶତକଡା ୦.୪ପ୍ରତିଶତ ସୁଧ ନିର୍ଦ୍ଧାରିତ କରିବା, ବିନା ପଟ୍ଟାରେ କ୍ଷେତ ମୂଲିଆ, ମହିଳା, ଶ୍ରମିକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇବା ଓ ଏହି ଯୋଜନାରେ ୨ଲକ୍ଷ ଟଙ୍କା ଧାର୍ଯ୍ୟ କରିବା,

ସମସ୍ତ ଗ୍ରାମୀଣ କ୍ଷେତ ମୂଲିଆ ଓ ଗରୀବ ଲୋକଙ୍କୁ ପ୍ରତି ବ୍ଳକରେ ଜଙ୍ଗଲ ଜମି ପାଇବା ନିମେନ୍ତ ସରକାରୀ କଳ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଜାରି କରିବା ଏବଂ ରାୟଗଡ ଜିଲ୍ଳାର ଗୁଣପୁର ବ୍ଳକ ଅନ୍ତର୍ଗତ ପୁଟାସିଂ, ଶଗଡା, ଆବଡା ଓ ଟଲଣା ୪ଟି ଗ୍ରାମ ପଂଚାୟତରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୫କେଜି ଚାଉଳ ଓ ୧କେଜି ଡାଲିକୁ ସମସ୍ତ ଗରୀବ ଆଦିବାସୀ ଜନସାଧାରଣଙ୍କୁ ଶୀଘ୍ର ପ୍ରଦାନ କରିବା ପାଇଁ ଉଲ୍ଳେଖ କରାଯାଇଛି । ଅଖିଳ ଭାରତ ଗ୍ରାମୀଣ କ୍ଷେତ୍ର ମଜଦୁର ସଭା କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ସ୍ଥାନୀୟ ରେଳବାଇ ଷ୍ଟେସନ ଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିବା ବେଳେ ଏଥିରେ ସଂଘଗୁଡିକର ଶତାଧିକ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗଉଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.