ସଇଁତଲା,୨୦/୧: ବଲାଂଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି କୁଇକେଡ ହାଇସ୍କୁଲ ପଡ଼ିଆଠାରେ ଚାଲିଥିବା ଡଙ୍ଗାବାହାଲ ସିକାପତ୍ରାପାଲି ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶନିବାର ଦିନ ଖେଳ ମହିପୁର ଓ ବନ୍ଧପଡା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମହିପୁରଦଳ ୪ – ୩ ଗୋଲରେ ବିଜୟ ହୋଇଥିଲା । । ଏଥି ପାଇଁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ତଥା ବିଜେପି ନେତା ବଳରାମସିଂ ଯାଦବ ଓ ଯୁବ ସଂଗଠକ ଓବିଶି ଉପସଭାପତି ନବ ଦନ୍ତା, ବିଜେପି ନେତା ଶାନ୍ତନ କୁମାରୁ ନାଏକ, ପଶ୍ଚିମ ବିକାଶ ପରିଷଦ ସଭାପତି ସଦାନନ୍ଦ ବାଗ, ରାଜା ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଗଣେଶ ଭୋଇ, ସୁବାଷ ଭୋଇ, ରାଧାକାନ୍ତ ବାଗ, ପ୍ରସନ୍ନ ପଟେଲ, ବିମ୍ବାଧର ନାଗ, ବଶିଷ୍ଠ ମାଝୀ ପ୍ରମୁଖ ଖେଳ ପରିଚାଳନା କରିଥିବାବେଳେ ସୁନୀଲ ଭୋଇ ଓ ସୁବଶିଷ ମାଝୀ ଧାରାବିବାରିଣୀ ପ୍ରଦାନ କରିଥିଲେ।ସଞ୍ଜୟ ଭୋଇ, ରାଜେଶ ଜାନୀ, ଲଷ୍ମୀ ଭୋଇ, ଫକୀର ଭୋଇ, ଭବିନ ମାଝୀ, ସାମୁଏଲ ନନ୍ଦ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।
ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in