ଧବଳେଶ୍ୱର କ୍ରିକେଟ କପ୍: କୁଶୁର୍ଲା ବିଜୟୀ

 

ସୋମବାର ମ୍ୟାଚରେ ପଦାର୍ପଣ କରିବେ ଦୁଇ ଯୋଦ୍ଧା ଦଳ ମୁମ୍ବାଇ ଓ ଟିଟିଲାଗଡ଼

କଳାହାଣ୍ଡି,୨୦/୧: ମ.ରାମପୁର ବ୍ଲକ ମୋହନଗିରୀ ସ୍ଥିତ ଧବଳେଶ୍ୱର କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ୧୫ ତମ ଧବଳେଶ୍ୱର କ୍ରିକେଟ କପର ଆଜିର ଖେଳ କଳାହାଣ୍ଡିର କୁଶୁର୍ଲା ଓ ବଲାଙ୍ଗୀର ବଡ଼ମାଳ ମଧ୍ୟରେ ଅନୁଷ୍ଠିତ ହେଇଯାଇଛି । ଆଜିର ମ୍ୟାଚରେ ଜନ୍ମେଜୟ ଶବର ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଉତ୍ତମ ତଥା ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । କୁଶୁର୍ଲା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୬ ୱିକେଟ ହରାଇ ୨୦୩ରନ ସଂଗ୍ରହ କରିଥିବାବେଳେ ବଡ଼ମାଳ ଦଳ ୧୩.୨ ଓଭରରେ ସମସ୍ତ ୱିକେଟ ହରାଇ ୮୯ ରନ ସଂଗ୍ରହ କରି ପରାଜିତ ହେଇଥିଲେ । କୁଶୁର୍ଲା ଦଳର କୁନା ଗୌଡ଼ ( ୭୯ରନ୍) ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ପୁରସ୍କୃତ କରାଯାଇଥିଲା । ଅମ୍ପେୟାର ଭାବରେ ସତ୍ୟନାରାୟଣ ମହାପାତ୍ର, ସତ୍ୟମ ହୋତା, ସୁଦାମ ସେଠ ଖେଳ ପରିଚାଳନା କରିଥିବାବେଳେ ଧରାବିବରଣୀ ପ୍ରଦାନ କରିଥିଲେ ଚିତ୍ତରଂଜନ ରଥ ଏବଂ ସ୍ୱପ୍ନେଶ୍ୱର କର୍ମୀ । ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ ସୁନୀଲ କୁମାର ଭୋଇ ଏବଂ ଅମର ସିଂ ମାଝୀ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀକାନ୍ତ ବେହେରା ଏବଂ ସଦସ୍ୟବୃନ୍ଦ ସହଯୋଗ କରିଥିଲେ । ସୋମବାର ମ୍ୟାଚ ମୁମ୍ବାଇ ଓ ଟିଟିଲାଗଡ଼(ବଲାଙ୍ଗୀର) ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.