ଉଦେପୁର ରେ ସ୍ବଚ୍ଛତା କାର୍ଯ୍ୟକ୍ରମ

ମୁରିବାହାଲ/ଟିଟିଲାଗଡ,୨୧|୦୧: ଗ୍ରାମବାସୀଙ୍କ ପାଖରେ ସ୍ବଚ୍ଛତାର ବାର୍ତ୍ତା ପହଞ୍ଚାଇବା ପାଇଁ ଡକ୍ଟର ବି ଆର୍ ଆମ୍ବେଦକର ଯୁବକ ସଂଘ ଉଦେପୁର ଆରମ୍ଭ କରିଛି ସ୍ବଚ୍ଛତା କାର୍ଯ୍ୟକ୍ରମ । ଟିଟିଲାଗଡ ବ୍ଲକ ସିହିନି ଗ୍ରାମ ପଞ୍ଚାୟତ ସ୍ଥିତ ଉଦେପୁର ଗ୍ରାମ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ସଂଘ ର କର୍ମକର୍ତ୍ତାମାନେ ଗ୍ରାମ୍ୟ ରାସ୍ତା ଗୁଡିକୁ ପରିଷ୍କାର କରିବା ସହିତ ଅଳିଆ ନ କରିବା ପାଇଁ ସମସ୍ତ ଙ୍କୁ ବୁଝାଇ କରିଥିଲେ ଏବଂ ପରିବେଶ ଯଦି ପରିଷ୍କାର ପରିଚ୍ଛନ୍ନ ରହିବ ତେବେ ଆମ୍ଭମାନଙ୍କୁ ରୋଗ ବଇରାଗ ହେବ ନାହିଁ ବୋଲି ସମସ୍ତ ଙ୍କୁ ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଟିଙ୍କୁ କୁମ୍ଭାର, ବିଜୟ ନାଗ, ଈଶ୍ବର କୁମ୍ଭାର, ବୃନ୍ଦାବନ ନାଗ, ପ୍ରେମ୍ ନାଗ, ଭବାନୀ ନାଗ, ଟିକେ ନାଗ, ପ୍ରଦ୍ୟୁମ୍ନ କୁମ୍ଭାର , ଯିଗିନ ନାଗ, ପିଙ୍କୁ ନାଗ, ବବଲୁ ହରପାଲ୍ ତଥା ଅନ୍ୟାନ୍ୟ ସଦସ୍ୟମାନେ ସଫେଇ କରିଥିଲେ ।

Report by Jyoti Prakash Chandan, Muribahal Reporter  Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.