ଅକ୍ଟୋବର ୨ରେ ମୁକ୍ତିଲାଭ କରିବାକୁ ଯାଉଛି କୋଶଳୀ ଚଳଚିତ୍ର କିରିଆ

କଳାହାଣ୍ଡି: ପ୍ରିୟମ ଡିଜିଟାଲର ଚତୁର୍ଥ ଅବଦାନ କ୍ଷୁଦ୍ର କୋଶଳୀ ଚଳଚିତ୍ର କିରିଆର ଶୁଭମୁକ୍ତି ଆସନ୍ତା ଅକ୍ଟୋବର୨ ତାରିଖ ସନ୍ଧ୍ୟା୭ ଘଣ୍ଟା ୧୫ ମିନିଟ ସମୟରେ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଜି ପ୍ରଯୋଜକ ଆଶୁତୋଷ ଦାସ ସୂଚନା ଦେଇଛନ୍ତି । ଯୁବ କବି ତଥା ସାମ୍ବାଦିକ ହେମନ୍ତ ସାହୁ କିରିଆ ଚଳଚିତ୍ର ର କାହାଣୀ ଲେଖିଥିବା ବେଳେ ଏହାକୁ ନିର୍ଦେଶନା ଦେଇଛନ୍ତି ଯୁବ ନିର୍ଦେଶକ ତଥା ସାମ୍ବାଦିକ ନରୋତ୍ତମ ସେଲମା । ସଙ୍ଗୀତ ପରିଚାଳନା ଓ କଣ୍ଠ ଦାନ କରିଛନ୍ତି ଯୁବ କଣ୍ଠ ଶିଳ୍ପୀ ନିଲାଂଚଳ ପାନ ।

ଏକ ସାମାଜିକ କାହାଣୀକୁ ନେଇ ତିଆରି ହେଇଥିବା ଚଳଚ୍ଚିତ୍ର କିରିଆ ରେ ପ୍ରଦୀପ ସାହୁ,ଯୋଗୀନ୍ଦ୍ର ବେହେରା, ରୁନୁ ନନ୍ଦଙ୍କ ସମେତ ଶିଶୁ କଳାକାର ଅର୍ଚ୍ଚିତା ସାହୁ ଅଭିନୟ କରିଥିବା ଜଣାଯାଇଛି ।କ୍ୟାମେରା ଦାୟିତ୍ୱ ସୁନୀଲ ଓ ସାଥୀ ନିର୍ବାହ କରିଥିବା ବେଳେ କାହାଣୀ ର ଆରମ୍ଭ ରୁ ଶେଷ ଯାଏଁ ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ପ୍ରଦାନ କରିଛନ୍ତି ।

କଳାହାଣ୍ଡିରୁ ନରୋତ୍ତମ ସେମାନଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.