ଭୋପାଳ,୨୨/୧: ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କୁ ଭୋପାଳ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କରିବା ପାଇଁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିବେଦନ କରିଛନ୍ତି ଭୋପାଲ ନଗର ନିଗମର କଂଗ୍ରେସ ପାର୍ଷଦ ଯୋଗେନ୍ଦ୍ର ସିଂ ଚୌହାନ । ଏହି କ୍ରମରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।
ଶ୍ରୀଯୁକ୍ତ ଚୌହାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତିକି, ” ୨୦୧୯ ନିର୍ବାଚନ ଆମ୍ଭ ମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଭୋପାଳ ଲୋକସଭା ଆସନକୁ ଅନେକ ବର୍ଷଧରି ବିଜେପି କବ୍ଜା କରିଆସିଛି । ଏଣୁ ଏହି ଆସନ ପାଇଁ କରୀନା କପୁର ଉପଯୁକ୍ତ ପ୍ରାର୍ଥୀ ସାବ୍ୟସ୍ତ ହୋଇପାରିବେ । ” ସେ ଆହୁରି ଲେଖିଲେ, ” ଯଦି କରୀନା ଭୋପାଳ ଲୋକସଭା ପାଇଁ କଂଗ୍ରେସ ଟିକଟରୁ ପ୍ରତିଦ୍ବନ୍ଦିତା କରନ୍ତି ତେବେ ୨୦୧୯ ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭାବେ ଏହି ଆସନରେ ବିଜୟ ଲାଭ କରିବ । ଶ୍ରୀଯୁକ୍ତ ଚୌହାନ କହିଲେ ” ମୋତେ ଛାଡି ଆହୁରି ଅନେକ କଂଗ୍ରେସ ପାର୍ଷଦ କରୀନାଙ୍କୁ ଭୋପାଲ ଲୋକସଭା ଆସନରେ ଲଢେଇବା ପାଇଁ ଦାବି ଉଠାଇବେ ।”
ଏଠାରେ ସୂଚନା ଯୋଗ୍ୟଯେ ଭୋପାଳ ଲୋକସଭା ଆସନ ବିଜେପିର ଦୂର୍ଭେଦ୍ୟ ଗଡ ପାଲଟିଛି । ବିଗତ ୩୦ବର୍ଷ ଧରି ବିଜେପି ଏହି ଆସନକୁ କବ୍ଜା କରି ରଖିଛି । ୧୯୮୯ରେ ବିଜେପି ପ୍ରଥମ ଥର ପାଇଁ ଏହି ଆସନରେ ବିଜୟୀ ହୋଇଥିଲା ସେହି ସମୟ ଠାରୁ ସେ ବର୍ତମାନ ଯାଏଁ ଆଠଥର ଜିତି ଆସିଛି ।
କରିନା ଭୋପାଳର ନବାବ ବଂଶଜ ଏବଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଂସୁର ଅଲ୍ଲୀ ଖା ପୌଟଦୀଙ୍କ ବୋହୁ ଅଟନ୍ତି । କରୀନାଙ୍କ ସ୍ବାମୀ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ।
୧୯୮୯ ନିର୍ବାଚନରେ ଏହି ଆସନରୁ ପରାଜିତ ହେବାପରେ କଂଗ୍ରେସ ୧୯୯୧ ନିର୍ବାଚନରେ କରିନାଙ୍କ ଶ୍ବଶୁର ମଂସୁର ଅଲ୍ଲୀ ଖାନ ପୌଟଦୀଙ୍କୁ ପାର୍ଥୀ କରିଥିଲା । କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜୀବ ଗାନ୍ଧୀ, କ୍ରିକେଟିୟର କପିଳ ଦେବଙ୍କ ସମେତ ତାଙ୍କର ଅଭିନେତ୍ରୀ ପତ୍ନୀ ଶର୍ମିଳା ଚାଗୋର ପରି ମହା ମହା ରଥିଙ୍କୁ ନିର୍ବାଚନୀ ପ୍ରଚାର ମଇଦାନକୁ ଆଣିଥିଲେ ମଧ୍ୟ ବିଜେପି ହାତରୁ ଏହି ଆସନକୁ ଛଡେଇ ଆଣିବା ପାଇଁ ମଂସୁରଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଥିଲା । ସେହି ସମୟରେ ତାଙ୍କୁ ବିଜେପିର ସୁଶୀଲ ଚନ୍ଦ୍ର ବର୍ମା ଲକ୍ଷେରୁ ଅଧିକ ଭୋଟରେ ହରାଇଥିଲେ ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube