ଅସହାୟ ବୈଦେଇ ପ୍ରତି ବଢିଲା ସାହାଯ୍ୟର ହାତ 

କର୍ଲାମୁଣ୍ଡା,୨୨/୩: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଗ୍ରାମ ପଞ୍ଚାୟତ ଛକପଡାର ନିରିହ ରୋଗିଣା ଝିଅ ବୈଦେଇ ସାହୁ(୨୦) ଗତ ବର୍ଷରୁ ବ୍ରେନ ଟିଉମର ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାରେ ପଡି ରହିଛନ୍ତି । ବୈଦେଇଙ୍କ ପରିବାର କହିଲେ ବିଧବା ମା, ଭାଇ ଓ ଭାଉଜ । ଭୂମିହିନ ଏହି ପରିବାର ଜେନ ତେଣ ଭାବେ ଚଳି ଯାଉଥିବା ବେଳେ ବୈଦେଇଙ୍କ ଚିକିତ୍ସା କରିବାକୁ ଅସମର୍ଥ ଅଟନ୍ତି । ସରକାରୀ ଭାବରେ କିଛି ସାହାଯ୍ୟ ମିଳିନଥିବା ବେଳେ ସମାଜସେବି ଜିତୁ ମିଶ୍ର ଏହି ଅସହାୟଙ୍କ ଚିକିତ୍ସା ପାଇଁ ହାତ ବଢାଇଛନ୍ତି ସେ  ଦଶ ହଜାର ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି ଏବଂ ପ୍ରତି ମାସରେ ତାଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ମିଶ୍ରଙ୍କ ବଦାନ୍ୟତା ପାଇଁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.