ସମାଜ ପରିବର୍ତ୍ତନରେ ଛାତ୍ର ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଧବଳେଶ୍ୱର ମହାବିଦ୍ୟାଳୟ, ମୋହନଗିରୀର ପଞ୍ଚମ ବାର୍ଷିକ ଉତ୍ସବ

କଳାହାଣ୍ଡି,୨୨/୧: ‘ସମାଜ ପରିବର୍ତନରେ ଛାତ୍ର ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ’ ବୋଲି ମୋହନଗିରୀ ଧବଳେଶ୍ୱର ମହାବିଦ୍ୟାଳୟର  ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭୂପିନ୍ଦ୍ର ସିଂ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ସ୍ଥିତ ଧବଳେଶ୍ବର ମହାବିଦ୍ୟାଳୟର ପଞ୍ଚମ ବାର୍ଷିକୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟଳୟର ଅଧ୍ୟକ୍ଷା ମିନାକ୍ଷୀ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ସଭାପତି ତଥା ଓଡିଶା ଗୃହନିର୍ମାଣ ନିଗମ ଅଧ୍ୟକ୍ଷ ଭୁପିନ୍ଦ୍ର ସିଂ,  ମୂଖ୍ୟବକ୍ତା ଭାବେ ସିନେଟ ସଦସ୍ୟ ସମ୍ବଲପୁର ଡ.ଶିବପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବରେ ରିଷିଡା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରୀପାଠି, ତେରେସିଂହା ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ ବାଗ,  ୬୪ ବାଟାଲିୟନ ସିଆରପିଏଫ ମୋହନଗିରିର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଅନିରୁଦ୍ଧ ପାଣ୍ଡେ, କାର୍ଯ୍ୟ କାରୀ ସଭାପତି ଗୋକୁଳାନନ୍ଦ ବିଶ୍ୱାଳ, ସଂପାଦକ ଶୁକଦେବ ସାହୁ ପ୍ରମୁଖ ମଞ୍ଚାସିନ ରହି ମହାବିଦ୍ୟାଳୟରେ ଅଧ୍ୟୟନରତ ଶିକ୍ଷାର୍ଥୀ ମାନଙ୍କୁ ଦିଗ ଦର୍ଶନ ଦେଇଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ଭୁପିନ୍ଦ୍ର ସିଂ ମହାବିଦ୍ୟଳୟର ଉତ୍ତରାତ୍ତୋର ଉନ୍ନତି କାମନା କରିଥିବା ବେଳେ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବେହେରା ଙ୍କ ହୃଦୟସ୍ପର୍ଶି ଅଭିଭାଷଣ ସମସ୍ତଙ୍କୁ ଅଭିଭୁତ କରିଥିଲା । ସଭାପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଇଥିଲା । ଛାତ୍ରୀ ମାନଙ୍କ ଦ୍ୱାରା ପ୍ରର୍ଦଶିତ ରସର୍ କେଲି ଗୃପ ଡ୍ୟାନ୍ସକୁ ଦର୍ଶକମାନେ ଭୁୟସି ପ୍ରସଂଶା କରିଥିଲେ । ଯୁକ୍ତ ଦୁଇ ଛାତ୍ର ସମିର ପୁଝାରୀ ମଞ୍ଚପରିଚାଳନା କରିଥିଲେ ।  ସାଂସ୍କୃତିକ କାଯ୍ୟକ୍ରମର ନିର୍ଦେଶନା ଦେଇଥିଲେ ଅଧ୍ୟାପିକା ସୁଜାତା ବିଶି । ଅଧ୍ୟାପକ ଲକ୍ଷ୍ମୀକାନ୍ତ ବେହେରା, ସାଗରିକା ଭୋଇ, ପ୍ରାଣବନ୍ଧୁ ସାହୁ ପ୍ରମୁଖ ସହେଯାଗ କରିଥିଲେ ।

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.