ମ. ରାମପୁର, ୨୨/୧, କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରୀ ଠାରେ ଚାଲିଥିବା ଧବଳେଶ୍ବର କ୍ରିକେଟ କପ ଆଜିର ମ୍ୟାଚ ମୁମ୍ବାଇ ଓ ଟିଟିଲାଗଡ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ମେହନଗିରିର ଧବଳେଶ୍ୱର କ୍ରୀଡ଼ା ଓ ସାଂସ୍କୃତିକ ଅନୁଷ୍ଠାନ ଦିର୍ଘ ୧୫ବର୍ଷ ଧରି ଏହି କ୍ରିଡା ପ୍ରତିଯୋଗିତାର ଆୟୋଜନ କରିଆସୁଛି । ଆଜିର ରୋମାଞ୍ଚକର ମ୍ୟାଚରେ ଟିଟିଲାଗଡ଼ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୯୦ରନ ସଂଗ୍ରହ କରିଥିବାବେଳେ ମୁମ୍ବାଇ ଦଳ ୧୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୫୫ରନ ସଂଗ୍ରହ କରି ପରାଜିତ ହେଇଥିଲେ । ଟିଟିଲାଗଡ଼ ଦଳର ବାବୁ ରଣା଼( ୩୪ରନ୍ ୫ ୱିକେଟ)ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଭାବରେ ପୁରସ୍କୃତ କରାଯାଇଥିଲା । ଅମ୍ପେୟାର ଭାବରେ ସତ୍ୟନାରାୟଣ ମହାପାତ୍ର, ସତ୍ୟମ ହୋତା, ସୁଦାମ ସେଠ ଖେଳ ପରିଚାଳନା କରିଥିବାବେଳେ ଧରାବିବରଣୀ ପ୍ରଦାନ କରିଥିଲେ ଜଳେଶ୍ୱର ସାହୁ ଏବଂ ସ୍ୱପ୍ନେଶ୍ୱର କର୍ମୀ । ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ ସୁନୀଲ କୁମାର ଭୋଇ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀକାନ୍ତ ବେହେରା ଏବଂ ସଦସ୍ୟବୃନ୍ଦ ସହଯୋଗ କରିଥିଲେ । ବୁଧବାର ମ୍ୟାଚ କୁଶୁର୍ଲା ଓ ଟିଟିଲାଗଡ଼ ରାଇଡ଼ର୍ସ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅନୁଷ୍ଠାନ ତରଫରୁ ପ୍ରକାଶ ।