ମା ମଝିଘରିଆଣି ମନ୍ଦିର ହୁଂଣ୍ଡି ଖୋଲିଲା

ରାୟଗଡା,୨୩/୧: ଚଳିତ ବର୍ଷର ପ୍ରଥମ ଥର ପାଇଁ ମା ମଝିଘରିଆଣି ମନ୍ଦିର ହୁଂଣ୍ଡି ଖୋଲା ଯାଇଛି। ଗତ ୫ ମାସ ପରେ ଆଜି ପୋଲିସର କଡା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲାଯାଇଛି। ହୁଣ୍ଡିରୁ ଟଙ୍କା ଗଣତି ରେ ଭେଙ୍କଟେଶ୍ବର ମନ୍ଦିର କମିଟି, ସତ୍ୟସାଇ ସେବା ସମିତି, କଲେଜ ଛାତ୍ର ଛାତ୍ରୀମାନେ ସହଯୋଗ କରିଥିଲେ।

ଗତଥର ହୁଣ୍ଡିରୁ ୬୧ଲକ୍ଷରୁ ଅଧିକ ଟଙ୍କା ଓ ସୁନାରୁପା ବାହାରି ଥିବା ବେଳେ ଚଳିତ ଥର ୫୨ଲକ୍ଷରୁ ଅଧିକ ଟଙ୍କା ଏବଂ ୦.୪୦ ଗ୍ରାମ ସୁନା ଓ  ୨କେ.ଜି.୪୦୦ଗ୍ରାମର ରୂପା ଅଳଙ୍କାର ସହ କିଛି ବିଦେଶୀ ମୁଦ୍ରା ମଧ୍ୟ ଦାନପାତ୍ର ରୁ ବାହାରିଥିବା ମନ୍ଦିର କମିଟି ସୂଚନା ଦେଇଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗଉଡଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook

http://facebook.com/odiabarta

Subscribe us on youtube

http://youtube.com/channel/UCdoWrXFOsGOd7dzWwMFwFrQ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.