ନୂଆଦିଲ୍ଲୀ,୨୩/୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର। ନେତାଜୀଙ୍କ ନାଁରେ ଘୋଷଣା ହୋଇଥିବା ଏହି ପ୍ରଥମ ପୁରସ୍କାର ପାଇବ ଏନଡିଆରଏଫ୍ ଅଷ୍ଟମ ବାଟାଲିଅନ । ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସେବା ପାଇଁ ବାଟାଲିଅନକୁ ଏହି ସମ୍ମାନ ମିଳିବ। ପୁରସ୍କାର ସ୍ୱରୁପ ଏକ ପ୍ରମାଣ ପତ୍ର ଏବଂ ୫୧ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ।
ଏଥର ପ୍ରତି ବର୍ଷ ନେତାଜୀ ଜୟନ୍ତୀ ଦିନ ଏହି ପୁରସ୍କାର ଘୋଷଣା କରାଯିବ। ବିପର୍ଯ୍ୟୟ ପ୍ରଶମନ, ପ୍ରତିରୋଧ, ପ୍ରାକ୍-ପ୍ରସ୍ତୃତି, ଉଦ୍ଧାର, ରିଲିଫ କାର୍ଯ୍ୟ, ତ୍ୱରିତ କାର୍ଯ୍ୟାନୁଷ୍ଠାନ, ପୀଡିତଙ୍କ ଥଇଥାନ, ବିପର୍ଯ୍ୟୟ ପୂର୍ବାନୁମାନ ସଂକ୍ରାନ୍ତ ଗବେଷଣା ଓ ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସଂସ୍ଥା ଓ ନାଗରିକମାନେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ।