୩ଟି ବାଇକ, ୪ଟି ନକଲି ମାଓ ପୋଷ୍ଟର ସହ ୨ଟି ଚିଠି ଜବତ ଏବଂ ୧,୮୬,୯୧୦ଟଙ୍କା ଉଦ୍ଧାର
ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସୂଚନା
ରାୟଗଡା,୨୩/୧: ରାୟଗଡା ଜିଲ୍ଲା ଅଣ୍ଡିରାକଂଚ ଥାନା ଅନ୍ତର୍ଗତ ପାଇକ କୁପାଖାଲ ଗ୍ରାମର ଶଙ୍କର ନାୟକ ଓ ହଳଧର ବାଗଙ୍କୁ ନକ୍ସଲ ନାମରେ ଧମକ ଦେଇ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ବଳରାମ ନାୟକ(୩୦), ଭାରତ ଓରଫ୍ ଭାପତା ନାୟକ(୨୩), ପିଣ୍ଟୁ ଓରଫ ରମେଶ ନାୟକ ଏବଂ ବାଲେକାଦାସ ନାୟକ ନାମକ ୪ ନକଲି ନକ୍ସଲଙ୍କୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ରାୟଗଡା ପୋଲିସ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର. ସୂଚନା ଦେଇଛନ୍ତି ।
ସେମାନଙ୍କ ଠାରୁ ୩ଟି ମାେଟର ସାଇକେଲ , ହଳଧର ନାମରେ ଲେଖା ଯାଇଥିବା ୪ଟି ନକଲି ମାଓ ପୋଷ୍ଟର ସହ ଉଭୟ ହଳଧର ଓ ଶଙ୍କର ନାମରେ ୨ଟି ଚିଠି ଜବତ କରାଯାଇଥିବା ବେଳେ ୧,୮୬,୯୧୦ଟଙ୍କା ଉଦ୍ଧାର କରାଯାଇଛି ।
ଗିରଫ ୪ ଜଣଙ୍କ ନାମରେ ଅଣ୍ଡିରାକଂଚ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜ କିଶୋର ଦାସ,ଅଣ୍ଡିରାକଂଚ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ ।
ଏଠାରେ ସୂଚନାଯୋଗ୍ୟଯେ ଏମାନେ କୁପାଖାଳ ଗ୍ରାମର ଶଙ୍କର ନାଏକଙ୍କୁ ଡରାଇ ଧମକାଇ ୫୦ ଲକ୍ଷ ଟଙ୍କା ମାଗିଥିବାବେଳେ ଶଙ୍କରଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଯାଇଥିଲେ ।
Report by Siba Narayan Goud, Special Correspondent odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube