ପ୍ରକାଶ ପାଇଲା ଅ’ ପତ୍ରିକାର ନଭେମ୍ବର ସଂଖ୍ୟା

କର୍ଲାମୁଣ୍ଡା: ‘ଅ’ ପତ୍ରିକାର ନଭେମ୍ବର ସଂଖ୍ୟା ପ୍ରକାଶିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପତ୍ରିକାର ସଂପାଦକ ତପନ କୁମାର ସାହୁ ଓ ବିଶ୍ୱନାଥ ସାହୁ। ଏଥିସହିତ ସୃଷ୍ଟିସମ୍ଭାର ସାପ୍ତାହିକ ପ୍ରତିଯୋଗୀତାର ‘ଶାଶ୍ୱତ ପ୍ରେମ’ ଶୀର୍ଷକ ପତ୍ରିକା ମଧ୍ୟ ପ୍ରକାଶିତ ହୋଇଛି। ଏଥିରେ ଓଡିଶା ତଥା ରାଜ୍ୟ ଓ ଦେଶ ବାହାର ଲେଖା ସ୍ଥାନୀତ ହୋଇଛି। କାହ୍ନୁ ଚରଣ ସାହୁଙ୍କ ‘ସୃଷ୍ଟିସମ୍ଭାର’ ‘ଇ’ ପ୍ରକାଶନି ଦ୍ୱାରା ପ୍ରକାଶିତ ପତ୍ରିକାରେ ଅନେକ କୋଶଲି ଓ ଓଡିଆ ଲେଖା ସ୍ଥାନ ପାଇଛି। କଳାହାଣ୍ଡିରୁ ପ୍ରକାଶ ପାଉଥିବା ଏହି ଇ-ପତ୍ରିକାରେ ନୂଆମୁହଁ ମାନଙ୍କୁ ଅଗ୍ରାଧିକାର ଦେଇ ଲୋକାଭିମୁଖୀ କରାଯିବାର ଲକ୍ଷ୍ୟ ରହିଛି ବୋଲି ପତ୍ରିକାର ପ୍ରତିଷ୍ଠାତା ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି।

କର୍ଲାମୁଣ୍ଡାରୁ ଆଶୁତୋଷ ଦାସଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.