ଅବ୍ୟବସ୍ଥାରେ ବଲାଙ୍ଗୀରର ବିଜୁ ଯୁବ ସମାବେଶ 

ବିଜୁ ଯୁବ ବାହିନୀର କାରନାମା (ଦେଖନ୍ତୁ ଭିଡିଓ)

ବଲାଙ୍ଗୀର,୨୪/୧: ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର କଲେଜ ପଡିଆ ଠାରେ ଆଜି ଅନୁଷ୍ଠିତ ହୋଇ ଯାଇଥିବା ବିଜୁ ଯୁବ ସମାବେଶ କାର୍ଯ୍ୟକ୍ରମ ଅବ୍ୟବସ୍ଥା ମଧ୍ୟରେ ହୋଇଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଏହି ଯୁବ ସମାବେଶ ରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଓ ନୂଆପଡା ଜିଲ୍ଲାରୁ ପ୍ରାୟ ୨୫ହଜାର ଯୁବକ ଓ ଯୁବତୀ  ଯୋଗଦେଇଥିଲେ । ସମସ୍ତ ଅଂଶଗ୍ରହଣ କାରିଙ୍କ ଖାଦ୍ୟପେୟ ପାଇଁ  ୬୦ଲକ୍ଷ ଟଙ୍କାର ବଜେଟ୍ ଥିଲେ ମଧ୍ୟ ବହୁ ସଂଖ୍ୟକ ଅଂଶଗ୍ରହଣ କାରି ମଧ୍ୟାହ୍ନ ଭୋଜନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯେଉଁ ଯୁବ ବାହିନୀ ମାନଙ୍କୁ ସରକାର ସ୍ବେଚ୍ଛାସେବୀ ବୋଲି କହୁଛନ୍ତି ସେହି ବିଜୁ ଯୁବ ବାହିନୀର ସଦସ୍ୟ ମାନେ ପାକଶାଳାରୁ କଞ୍ଚା ମାଂସ ତଥା ଅନ୍ୟାନ୍ୟ ସାମଗ୍ରୀକୁ ନିଜ ବ୍ୟାଗ,ପଲିଥିନ ଓ ବାଲଟି ମାନଙ୍କରେ ଭରିକି ନେଉଥିବା ଦୃଶ୍ୟ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳୁଛି । ଏହା ବଲାଂଗିର ଜିଲ୍ଲା ପ୍ରଶାସନର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି । ଖାଦ୍ୟ ଅବ୍ୟବସ୍ଥା ହୋଇଥିବାରୁ ଅଂଶଗ୍ରହଣକରୀ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କୁ ବିରୋଧ କରିବା ସହିତ “ଜିଲ୍ଲା ପ୍ରଶାସନ ମୁର୍ଦାବାଦ” ବୋଲି ନାରାବାଜି ମଧ୍ୟ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.