ଆଜି ଜାତୀୟ ମତଦାତା ଦିବସ

ନିର୍ବାଚନ କମିସନର ପ୍ରତିଷ୍ଠା ଦିବସ ଜାନୁଆରୀ ୨୫ ତାରିଖକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଏ । ୨୦୧୧ରେ ପ୍ରଥମଥର ପାଇଁ ଜାନୁଆରୀ ୨୫ ତାରିଖକୁ ଜାତୀୟ ମଦଦାତା ଦିବସ ଭାବେ ପାଳନ କରାଯିବା ସହ ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ଭୋଟରମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଦିବସ ପାଳନର ଉଦ୍ଦେଶ୍ୟ ଗଣତାନ୍ତ୍ରୀକ ନିର୍ବଚନ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ।

୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ଏକ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ଘୋଷିତ ହୋଇଥିଲା, ଏହାର ପୂର୍ବଦିନ ଅର୍ଥାତ ଜାନୁଆରୀ ୨୫ତାରିଖ ଦିନ ସମ୍ବିଧାନ ଧାରା ୩୨୪ ଅନୁସାରେ ଏକ ସ୍ୱାଧୀନ ନିର୍ବାଚନ କମିସନ ପ୍ରତିଷ୍ଠା କରାଯାଇଥିଲା । ଏହାସହ ୨୧ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ (ଉଭୟ ସ୍ତ୍ରୀ ଓ ପୁରୁଷ) ମତଦାନ ଅଧିକାର ମିଳିଲା । ୧୯୮୮ ମସିହାରେ ସମ୍ବିଧାନ ସଂଶୋଧନ କରାଯାଇ ମତଦାତାଙ୍କ ବୟସ ସୀମା ୨୧ରୁ ୧୮କୁ ଖସାଇ ଦିଆଗଲା ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.