କୋଡ଼ିଙ୍ଗା ମାଳିରୁ ଖଣି ଖନନ ପ୍ରସଙ୍ଗ: କାରଖାନା ନାହିଁ ତ ଖଣି ନାହିଁ ଡାକରା ଦେଲେ ଅଞ୍ଚଳବାସୀ


କାଶିପୁର: ରାୟଗଡ଼ ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ପୋଡ଼ାପାଡ଼ି ଠାରେ ୨୫ ତାରିଖରେ ହେବାକୁ ଥିବା ଜନ ଶୁଣାଣିକୁ ବର୍ଜନ କରିବା ନିମନ୍ତେ ଅଞ୍ଚଳ ବାସିଙ୍କ ଡାକରା। କୋଡ଼ିଙ୍ଗା ମାଳି ବକ୍ସାଇଟ ଖଣି ଖନନ ୩ ବିଲିଅନ ଟନ ରୁ ୬ ବିଲିଅନ ଟନ ବୃଦ୍ଧି ନିମନ୍ତେ ଓଡ଼ିଶା ଖଣି ନିଗମ (OMC) ତରଫରୁ ପଲ୍ଲୀସଭା କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଦୁଇ ଜିଲ୍ଲାର ତଥା ପୋଡାପାଡ଼ି, ବାଙ୍କାମ୍ବ ଓ ଓଡ଼ିଆ ପେଣ୍ଟ ପଞ୍ଚାୟତର ଶତାଧିକ କ୍ଷତିଗ୍ରସ୍ତ ଓ ପ୍ରଭାବିତ ଗୁରୁବାର ଦିନ ରୁଣ୍ଡ ହୋଇଥିଲେ। ଏଠାରେ ଯଦି କାରଖାନା ନ ହୁଏ ତେବେ ଆମେ ଏଇଠି ଖଣି ଖନନ ନିମନ୍ତେ ନଭେମ୍ବର ୨୫ରେ ହେବାକୁ ଥିବା ପଲ୍ଲୀସଭାକୁ କରାଇ ଦେବୁ ନାହିଁ ବୋଲି ଅଞ୍ଚଳ ବାସି ନିଷ୍ପତି ନେଇ ଥିଲେ।


(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଯଦି ଜବରଦସ୍ତି ପଲ୍ଲୀସଭା କରିବାକୁ ଯଦି ଚେଷ୍ଟା କରନ୍ତି ତେବେ ଏହା ତୀବ୍ର ଅସନ୍ତୋଷ ଦେଖାଯିବ ବୋଲି କହିଥିଲେ। ଏଇଠି କାରଖାନା ହେଲେ ଆମେ ଅଞ୍ଚଳ ବାସୀ ଉପକୃତ ହେବେ କିନ୍ତୁ ଖଣି ଖନନ କରି ଓଏମସି ଓଡ଼ିଶା ବାହାର ଜଣେ ଅଣ ଓଡ଼ିଆଙ୍କ ମଧୁଚନ୍ଦ୍ରିକାରେ ଏହା କରି ଆସୁଥିବା ଦ୍ଵାରା ଅଞ୍ଚଳ ବାସି ଅନେକ ଅସୁବିଧାର ଶିକାର ହୋଇଥିବା ଅଞ୍ଚଳ ବାସି କହିଥିଲେ।ଏହି କାର୍ଯ୍ୟ କ୍ରମରେ କାଶିପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ରୂଆଇ ମାଝୀ, ପୋଡ଼ାପାଡୀ ସରପଞ୍ଚ ଶ୍ରୀମତୀ ଆଲାଇ ମାଝୀ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ନୀଳକଣ୍ଠ ଝୋଡିଆ, ପରଦା କୁଲସିକା, ମହେଶ୍ୱର ହିକ୍କକା, ଦିବାକର ବାଘଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ।

କାଶିପୁରରୁ ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in