ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟକୁ ଦେବଦୂତ ସମ୍ମାନ -୨୦୨୦

କଟକ: ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ -ଓଡ଼ିଶା'(ବିସିଟି) ତାର ସମାଜସେବା, ରକ୍ତଦାନ, ରୋଗୀସେଵା, କରୋନା ମହାମାରୀ ଦୁଃସମୟରେ କରୋନା ଯୋଦ୍ଧାଭାବେ ଅନନ୍ୟ ସେଵା, ବନ୍ୟା ବିପନ୍ନଙ୍କୁ ସହଯୋଗ, ଯୋଗ୍ୟ ବିବେଚିତ ପ୍ରତିଭାଧାରୀଙ୍କୁ ସାରସ୍ୱତ ପ୍ରତିଭା ସମ୍ମାନ ଆଦି ବିଭିନ୍ନ ମହତ ସେଵାକାର୍ଯ୍ୟକୁ ସ୍ୱୀକୃତି ସ୍ୱରୂପ ଭାରତୀ ଫାଉଣ୍ଡେସନର ଟାଙ୍ଗୀ କଟକଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବାର୍ଷିକ ଉତ୍ସବରେ ବିସିଟିକୁ ‘ଦେବଦୂତ ସମ୍ମାନ -୨୦୨୦’ରେ ସମ୍ମାନିତ କରାଯାଇଛି। ଏହି ମର୍ଯ୍ୟାଦାପୂର୍ଣ ସମ୍ମାନକୁ ଟ୍ରଷ୍ଟ ପକ୍ଷରୁ ସଂଗଠନ ସମ୍ପାଦକ ଯୁବକବି ସୁରଜ ବେହେରା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ଵର୍ଗ ଉପସ୍ଥିତ ରହି ମାନପତ୍ର, ଉପଢୌକନ ଗ୍ରହଣ କରିଥିଲେ। ବିସିଟିର ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି। ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ସମାଜସେବୀ ପ୍ରିନ୍ସ ନନ୍ଦ,ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର ଦାସ,ଇଂ.କମଲେଶ ମିଶ୍ର, ନରେଶ ବେହେରା, ସାଂସ୍କୃତିକ ସାମ୍ପଦକ ଶିବ ପ୍ରସାଦ ଦାସ ପ୍ରମୁଖ ଏହି ସେଵା ଦିଗରେ ସହଯୋଗ କରୁଥବା ସମସ୍ତ କାର୍ଯ୍ୟକର୍ତା ଏବଂ ଭାରତୀ ଫାଉଣ୍ଡେସନର ଭଳି ବିଭିନ୍ନ ଅନୁଷ୍ଠାନ ବିସିଟିକୁ ସମ୍ମାନିତ, ଉତ୍ସାହିତ, ପ୍ରେରଣା ଯୋଗାଉଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.