ଉଦଘାଟିତ ହେଲା ରେଙ୍ଗାଲପାଲି ଧାନ ମଣ୍ଡି


ଜୟପାଟଣା: ବଡ଼ ପୁଝାରୀ ଗୁଡା ସେବା ସମବାୟ ସମିତି ଅଧିନସ୍ଥ ରେଙ୍ଗାଲପାଲି ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି। ଏହାସହ ରେଙ୍ଗାଲପାଲି ମଣ୍ଡିରେ ଚଳିତ ଖରିଫ ଋତୁର ଧାନ କିଣା ଆରମ୍ଭ ହୋଇଛି। ଏନେଇ ଆୟୋଜିତ ଉତ୍ସବରେ ବରିଷ୍ଠ ଚାଷୀ ପ୍ରତିନିଧି ସତ୍ୟବାନ ଦାସ ମଣ୍ଡିର ଶୁଭ ଉଦଘାଟନ କରିଥିଲେ। ଏଥିରେ ସମିତିର ସମ୍ପାଦକ ଯଶୋବନ୍ତ ନାଗ, ସମିତି କାର୍ଯ୍ୟକର୍ତ୍ତା, ସ୍ଥାନୀୟ ଚାଷୀ ଏବଂ ମିଲର୍ସମାନେ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in