ମ.ରାମପୁର ବ୍ଳକ କଂଗ୍ରେସର ବୈଠକ : ଯୁବ କଂଗ୍ରେସ ସଭାପତି ଭାବେ ମନୋନୀତ ହେଲେ ରଶ୍ମିରଞ୍ଜନ


କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ କଂଗ୍ରେସର ଏକ ସାଧାରଣ ବୈଠକ ସ୍ଥାନୀୟ ଶିବ ମନ୍ଦିର ପଡ଼ିଆଠାରେ ଅନୁଷ୍ଠିତ ହେଇଯାଇଛି । ବ୍ଲକ ସଭାପତି ବିଭୂତି ଭୂଷଣ ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ଓ କଂଗ୍ରେସର ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଯୋଗଦେଇଥିଲେ । ଏଥିରେ ସର୍ବସମ୍ମତିକ୍ରମେ ରୁଦ୍ରପ୍ରତାପ ସିଂହଙ୍କୁ ବ୍ଲକ ସଭାପତି ଓ ରଶ୍ମିରଂଜନ ପ୍ରହରାଜଙ୍କୁ ଯୁବ କଂଗ୍ରେସ ସଭାପତି ଭାବରେ ମନୋନୀତ କରାଯାଇଛି । ଏହି ବୈଠକରେ ପ୍ରକାଶଚନ୍ଦ୍ର ମାଝୀ, ନାରାୟଣ ପ୍ରସାଦ ଅଗ୍ରୱାଲ(ଟିମୁ), ମହିମା ବାଗ, ଚମରା ବଗର୍ତ୍ତୀ, ସଂଯୁକ୍ତା ପୁରୋହିତ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଭକ୍ତ ଦାସ ସମସ୍ତ କର୍ମୀଙ୍କୁ ଏକଜୁଟ ହେଇ ତୃଣମୂଳସ୍ତରରୁ କଂଗ୍ରେସର ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ ।

ଜଣେ ଜନପ୍ରିୟ ଯୁବ ସଂଗଠକ ହେଉଛନ୍ତି ରଶ୍ମି ରଂଜନ ପ୍ରହରାଜ

ଛାତ୍ରଜୀବନରୁ ଜଣେ ଦକ୍ଷ ସଂଗଠକ ଭାବରେ ରଶ୍ମି ରଂଜନ ପ୍ରହରାଜ ଖୁବ ପରିଚିତ । ମ.ରାମପୁର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଯୁକ୍ତ ଦୁଇ ଛାତ୍ର ସଂସଦର ସାଧାରଣ ସଂପାଦକ ଏବଂ ଯୁକ୍ତ ତିନିରେ ଅଧ୍ୟୟନ କରୁଥିବା ସମୟରେ ସେ ଛାତ୍ର ସଂସଦର ସଭାପତି ଭାବରେ ବିପୁଳ ସଂଖ୍ୟାର ଭୋଟ ବ୍ୟବଧାନରେ ବିଜୟୀ ହେବା ତାଙ୍କ ଦକ୍ଷତାର ଏକ ଅନନ୍ୟ ପରିଚୟ । ଛାତ୍ର ଜୀବନରୁ କଂଗ୍ରେସ ର ଲକ୍ଷ୍ୟ ଓ ଆଦର୍ଶରେ ଅନୁପ୍ରାଣୀତ ହେଇ ସେ ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗଦେଇଥିଲେ । ଇତି ପୂର୍ବରୁ ସେ କିସାନ୍ ସେଲର ଜିଲ୍ଲା ସାଧାରଣ ସଂପାଦକ ଦାୟିତ୍ୱରେ ଦୁଇବର୍ଷ ଏବଂ ଛାତ୍ରକଂଗ୍ରେସର ସଭାପତି ରହି ମଧ୍ୟ ନିଜ ଦାୟିତ୍ୱ ସଂପାଦନ କରିଛନ୍ତି । ବିଭିନ୍ନ ସମୟରେ ଅନେକ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟପନ୍ଥା ପାଇଁ ସେ କଂଗ୍ରେସ ମହଲରେ ଖୁବ ଆଦୃତ ଏବଂ ପରିଚିତ । ଜଣେ ସମାଜସେବୀ ଭାବରେ ତାଙ୍କର ଲୋକପ୍ରିୟତା ଯେତିକି ଜନବିଦିତ ସେତିକି ସେ ନିଜର କର୍ତ୍ତବ୍ୟନିଷ୍ଠତା ଏବଂ ଜଣେ ମିଷ୍ଠଭାଷୀ ବ୍ୟକ୍ତି ଭାବରେ ତାଙ୍କରି ପରିଚୟ ରହିଛି । କରୋନା ସମୟରେ ଜଣେ କରୋଦ୍ଧା ଯୋଦ୍ଧା ଭାବରେ ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହିତ ସେମାନଙ୍କୁ ସେ ଏବଂ ତାଙ୍କରି କିଛି ସାଥୀ ଶୁଖିଲା ଖାଦ୍ୟ ବଂଟନ କରୁଥିଲେ, ଯାହା ପ୍ରଶାସନ ଏବଂ ଜନସାଧାରଣଙ୍କୁ ଖୁବ୍ ପ୍ରଭାବିତ କରିଥିଲା ।