ଗ୍ରାମ ଉନ୍ନୟନ ସମିତି ବୈଠକ

କଳାହାଣ୍ଡି: ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ପଂଚାୟତ ସ୍ତରୀୟ ଗ୍ରାମ ଉନ୍ନୟନ ସମିତି ସମୂହର ଏକ ବୈଠକ କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତର ଅଗାଧୁପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୋରପଦର ସରପଂଚ ମାଧବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାଁ ସ୍ତରରେ ସମସ୍ତେ ଏକଜୁଟ ହୋଇ ମରୁଡି ମୁକାବିଲା ପାଇଁ ଉଦ୍ୟମ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ନେବାକୁ ଆହ୍ୱାନ ଦେଇଥିଲେ। ଏଥିରେ ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ଯୋଗଦେଇ ମନରେଗା ଜରିଆରେ ଜଳ ଅମଳ ତଥା ଜଳ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜଗଦୀଶ ପ୍ରସାଦ ରଣା, କେଶବ ମାଝୀ, ନବୀନ ସାହୁ, ଜଗଦୀଶ ସାହୁ, ନିର୍ମଳ ସାହୁ, ନଟ କୁମାର, ଇନ୍ଦମଣି କୁମାର ପ୍ରମୁଖ ସହଯୋଗ କରିଥିଲେ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.