ଭାରତ ବନ୍ଦକୁ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନ ଏବଂ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସ ବାଦୀ)ର ସମର୍ଥନ


ଲାଞ୍ଜିଗଡ଼: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧକରି ନଭେମ୍ବର ୨୬ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଲାଞ୍ଜିଗଡ଼ ମାର୍କେଟ, ବେଦାନ୍ତ ମେନଗେଟ, ବସନ୍ତ ପଡା, ବଜାର ଛକ, ବିଶ୍ୱନାଥପୁର, ଲାଞ୍ଜିଗଡ଼ରୋଡ଼, ଜଗନ୍ନାଥପୁର ଆଦି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

INTUC ଓ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନର ମିଳିତ ଆନୁକୁଲ୍ୟରେ ଏହି ବନ୍ଦ ପାଳନ କରାଯାଇଛି। ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଲେବର ୟୁନିୟନ ସଭାପତି ସଞ୍ଜିବ ପେସନିଆଙ୍କ ନେତୃତ୍ୱରେ ହୋଇଥିବା ବନ୍ଦ ଡାକରାର ସଂପାଦକ ଭୁପେନ୍ଦ୍ର ମହାରଥା, ସୁମନ୍ତ ଦଳବେହେରା, ରାମଚନ୍ଦ୍ର ସିଂ, ଚିନ୍ମୟ ମହାଖୁଡ, ପ୍ରଦୀପ ମାଝୀ, ଦେବେନ୍ଦ୍ର ନାଏକ, ବଳଭଦ୍ର ନାଏକ, ମଞ୍ଚନ ଗଉଡ, ସନ୍ତୋଷ ମହାଖୁଡ, ଚାଚେ ମାଝୀ ଓ ୟୁନିୟନର କର୍ମୀମାନେ ସାମିଲ ହୋଇଥିଲେ। ଶ୍ରମିକ ମାନଙ୍କ ସ୍ବାର୍ଥକୁ ଅଣଦେଖା, ଶ୍ରମ ବୋର୍ଡକୁ ବାତିଲ, କୃଷକ ବିରୋଧୀ ଆଇନ ଏବଂ ରାଷ୍ଟ୍ରୀୟ ସଂପତ୍ତିକୁ ଘରୋଇ କରଣକୁ ବିରୋଧ କରିଛି ସଂଘ।

 

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ସେହିପରି ବ୍ଲକର ବିଶ୍ୱନାଥପୁରଠାରେ ଭାରତର କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସ ବାଦୀ) ବିଶ୍ୱନାଥପୁର ବ୍ରାଞ୍ଚ କମିଟି ପକ୍ଷରୁ ବନ୍ଦକୁ ସମର୍ଥନ କରି ରାସ୍ତା ଅବରୋଧ କରାଯାଇଛି। ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଥିବା ଯୋଗୁଁ ଗାଡି ମଟର ଚଳାଚଳ ବନ୍ଦ ରହିଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in