ଜାତୀୟ ସଶକ୍ତିକରଣ ଦକ୍ଷତା ଶିକ୍ଷା ଓଡ଼ିଶାର ଶୁଭାରମ୍ଭ

କଳାହାଣ୍ଡି (ହେମନ୍ତ ସାହୁ): ଜାତୀୟ ସଶକ୍ତିକରଣ ଦକ୍ଷତା ଶିକ୍ଷା ଓଡ଼ିଶାର ଆଜି ଶୁଭାରମ୍ଭ ହେଇଯାଇଛି । ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବୁରାଟସ୍ଥିତ ତାଲିମ କେନ୍ଦ୍ରଠାରେ ଶୁଭାରମ୍ଭ ହେଇଯାଇଛି ।

ମୁଖ୍ୟ ଅତିଥିଭାବରେ ପଶ୍ଚିମଓଡ଼ିଶା ବିକାଶ ପରିଷଦର ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଭାବରେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବରେ ସରପଂଚ ଚିତ୍ତରଂଜନ ବାଗ, ସାମ୍ବାଦିକ ହେମନ୍ତ ସାହୁ, ଉଦ୍ଧବ ପଣ୍ଡା ଯୋଗଦେଇଥିଲେ । ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଯୁବକଙ୍କ ଦକ୍ଷତାର ବିକାଶ ହେଲେ ଦେଶର ପ୍ରଗତି ହେଇପାରିବ ବୋଲି
କହିଥିଲେ ।

ସେବାଜଗତର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବାଜଗତ କର୍ମୀ ଟଙ୍କଧର ଭୋଇ, ଯାଜ୍ଞସେନୀ ଭୋଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.