ଜାତୀୟ ମତଦାତା ଦିବସରେ ସଚେତନତା ରେଲି

କୋକସରା,୨୫/୧: ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଜାତୀୟ ମତଦାତା ଦିବସ ପାଳନ କରାଯାଇ ଥାଏ ।
ଏହି ପରିପ୍ରେକ୍ଷୀରେ ଆଜି କୁସୁମଖୁଣ୍ଟି ପ୍ରକଳ୍ପପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ମତଦାତା ଦିବସର ଏକ ସଚେତନ ରେଲି ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଜ୍ୟୋତିର୍ମୟ ବେହେରାଙ୍କ ତତ୍ତ୍ୱବଧାନରେ ବାହାରିଥିବା ଏହି ସଚେତନତା ରେଲି ରେ ସହଯୋଗୀ ଶିକ୍ଷକ ଜନାର୍ଦନ ବେହେରା, ଅଭିଳାଷ ଚନ୍ଦ୍ର ସାହୁ, ବିଜୟଲଷ୍ମୀ ସିଂ, ବିଦ୍ୟାଳୟ ପରିଚାଳନା କମିଟିର  ବେଣୁ ଧର କାଣ୍ଡ, ମନମଥ ବେହେରା ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

କୋକସରାରୁ ହିରନ୍ୟ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.