କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ବିଶ୍ବନାଥପୁର ଏବଂ ଲାଞ୍ଜିଗଡ଼ ଠାରେ ରକ୍ତଦାନ ଶିବିର


କଳାହାଣ୍ଡି/ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ବିଶ୍ୱନାଥପୁର ଥାନା ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସେହିପରି ଲାଞ୍ଜିଗଡ ଥାନା ପକ୍ଷରୁ ବେଦାନ୍ତ ମେଡିକାଲ ଠାରେ ମଧ୍ୟ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। 

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ ତତ୍ବାବଧାନରେ ଆୟୋଜିତ ଏହି ଦୁଇଟି ଶିବିରରେ କେସିଙ୍ଗା ଏସଡିପିଓ ମହିଳା ଆଇପିଏସ ଅଫିସର ଏସ୍. ସୁଶ୍ରୀ ଯୋଗଦେଇଥିଲେ ଏବଂ ବିଶ୍ୱନାଥପୁର ଠାରେ ରକ୍ତଦାନ କରିଥିଲେ।


‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରକ୍ଷିତ ନାଏକ, ବେଦାନ୍ତ ଲାଞ୍ଜିଗଡ ବାହ୍ୟସମ୍ପର୍କ ମୁଖ୍ୟ ନବଲ କିଶୋର ଶର୍ମା, ଲାଞ୍ଜିଗଡ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ବିଶ୍ୱନାଥପୁର ଥାନା ଅଧିକାରୀ ରୁନୁ କୁମାରୀ ମାଝୀ, ବେଦାନ୍ତ ମେଡିକାଲ ଅଫିସର ଅକ୍ଷୟ କୁମାର ସାହୁ, ବେଦାନ୍ତ ମେଡ଼ିକାଲ ମ୍ୟାନେଜର ଆମର ମହାନ୍ତି, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ପୂର୍ବତନ ବ୍ଲକ ଉପାଦକ୍ଷ ଜଗଦୀଶ ବେନିଆଁ, ଯୁବ ସମାଜସେବୀ ଡିଲେଶ କୁମାର ନାଗ ପ୍ରମୂଖ ଉପସ୍ଥିତ ଥିଲେ।


ଦୁଇଟି ଯାକ ଶିବିରରେ କୋଭିଡ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ରକ୍ତଦାତା ମାନଙ୍କୁ ଜିଲ୍ଲା ପୋଲିସ ଓ ବେଦାନ୍ତ ମେଡିକାଲ ପକ୍ଷରୁ ସାନିଟାଇଜ କରାଯାଇଥିଲା। ବିଶ୍ୱନାଥପୁର ଥାନା ପକ୍ଷରୁ ୩୦ ୟୁନିଟ ଓ ଲାଞ୍ଜିଗଡ଼ ଥାନା ପକ୍ଷରୁ ମଧ୍ୟ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଭବାନୀପାଟଣା ରକ୍ତ ଭଣ୍ଡାରରୁ ଡାକ୍ତର ନିହାର ରଞ୍ଜନ ସାହୁ, ଟେକ୍ନିସିଆନ ଡମ୍ବରୁଧର ସାହୁ, କୃଷ୍ଣଚନ୍ଦ୍ର ସାହୁ, ସଞ୍ଜୀବ ମହାଖୁଡ଼, ସଂଘମିତ୍ରା ସୁନା, ଅଜିତ କୁମାର ନାଏକ, ପ୍ରଫୁଲ୍ଲ ମଲ୍ଲିକ,ଗିରିଶ ନାଏକ, ଜଞ୍ଜିର ପ୍ରସାଦ ବାଗ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ବେଦାନ୍ତ ମେଡିକାଲ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁର ପକ୍ଷରୁ ଏସଆଇ ଆଲୋକ ମହାପାତ୍ର, ଏସଆଇ ସ୍ୱଦାମିନି ବେହେରା, ଏସଆଇ ଜେ. ଗରିଡା, ଏଏସଆଇ ରମାରମଣ ମିଶ୍ର ଓ ମୋରାଜି ଭୋଇ, ହାବିଲଦାର ଏସ. ରାଉତ ଓ ଅକ୍ଷୟ କୁମାର ପାଣିଗ୍ରାହୀ ଲାଞ୍ଜିଗଡ଼ ପ୍ରେସ କ୍ଳବ କର୍ମକର୍ତ୍ତା, ଥାନା କର୍ମଚାରୀ, ବେଦାନ୍ତ କର୍ମଚାରୀ, ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ ଯୋଗଦେଇ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in