ପରଲୋକରେ ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ଦାଶ


ରାମନାଗୁଡା/ବିଷମକଟକ: ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ଗ୍ରାମର ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ଦାଶଙ୍କ ଆଜି ଦେହାନ୍ତ ହୋଇଯାଇଛି। ମୁତ୍ୟୁବେଳକୁ ତାଙ୍କୁ ୭୦ବର୍ଷ ବୟସହୋଇଥିଲା। ସେ କିଛି ଦିନ ଧରି ରୋଗ ଶଯ୍ୟାରେ ଥିଲେ। ରାଜନୈତିକ ସ୍ତରରେ ହେଉ କି ଲୋକଙ୍କ ସମସ୍ୟା ଏବଂ ସମାଜ ସେବା କ୍ଷେତ୍ରରେ ସେ ବେଶ ଜଣା ଶୁଣା ଥିଲେ।

ଗତ କିଛି ଦିନ ପୂର୍ବରୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା ସ୍ବର୍ଗତ ସୁରେନ୍ଦ୍ର ଦାଶଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ତ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ତାଙ୍କ ମୃତ୍ୟୁ ସଜ୍ୟା ନିକଟରେ ପତ୍ନୀ, ୨ ପୁଅବୋହୁ, ନାତି ନାତୁଣୀ ସହ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ସ୍ବର୍ଗତ ସୁରେନ୍ଦ୍ର ଦାଶଙ୍କ ମୃତ୍ୟୁ ଖବର ଶୁଣି ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଯୋଗ ଦେଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in