ଅଳାଭଟ୍ଟା ଠାରେ ଶୂଭାରମ୍ଭ ହେଲା ନୂତନ ଧାନ ମଣ୍ଡି

ଜୟପାଟଣା: ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦୀଶାରୀଙ୍କ ପ୍ରଚେଷ୍ଟାରେ ଜୟପାଟଣା ବ୍ଳକ ଅଁଳାଭଟ୍ଟା ଠାରେ ନୂତନ ଧାନ ମଣ୍ଡି ହୋଇଛି। ଅଁଳାଭଟ୍ଟା ସରପଞ୍ଚ ପ୍ରତିନିଧି ନଳିନୀ ପୁଜାରୀ ଏହି ମଣ୍ଡିର ଶୂଭ ଉଦ୍ଘାଟନ କରିଛନ୍ତି।

ଏହି ଉତ୍ସବରେ ସେବା ସମବାୟ ସମିତିର ସମ୍ପାଦକ ଯଶୋବନ୍ତ ନାଗ, ପୂର୍ବତନ ସରପଂଚ ତଥା ଚାଷୀ ପ୍ରତିନିଧି ଚୁଡାମଣୀ ନାଏକ, ମିଳର୍ସ ପ୍ରତିନିଧି ଏବଂ ଏହି ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ରହିଥିଲେ। ମଣ୍ଡି ଉଦ୍ଘାଟିତ ହେବାରୁ ଏହି ଅଞ୍ଚଳ ଚାଷୀମାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୁରଣ ହୋଇଛି, ଯାହାକୁ ନେଇ ଚାଷୀମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।

ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.