ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଛନ୍ତି ଯୁବକ ଯୁବତୀ
ଲାଞ୍ଜିଗଡ,୨୫/୧: ଜଙ୍ଗଲରେ ଚାଲିଛି ସେକ୍ସରେକେଟ ଏ କଥାଟି ଆପଣମାନଙ୍କୁ ନିଶ୍ଚୟ ଅଡ଼ୁଆ ଲାଗିପାରେ, ବିଶ୍ୱାସ କରିନପାରିଲେ ମଧ୍ୟ ବାଧ୍ୟହେବେ ବିଶ୍ୱାସ କରିବା ପାଇଁ। ସରକାରଙ୍କ ନିର୍ଦ୍ଦେଶାନୁସାରେ ହୋଟେଲ ମାନଙ୍କରେ ବିଭିନ୍ନ ପ୍ରମାଣ ପତ୍ର ଦରକାର । ସରକାରୀ ନିୟମ କାନୁନ ସତ୍ତ୍ୱେ ମଧ୍ୟ ଦେହବ୍ୟବସାୟ ଛାଲିଛି ବଡ଼ବଡ଼ ସହର ମାନଙ୍କରେ। ଆପଣ ମାନଙ୍କୁ ସ୍ମରଣ କରାଇ ଦିଆ ଯାଇପାରେଯେ ବର୍ଷକୁବର୍ଷ ରେଷ୍ଟୁରେଣ୍ଟ, ହୋଟେଲ, ଭଡା ଘରେ ପୁଲିସ ଚଢ଼ାଉ କରି ରାଣୀ ମହୁମାଛି ଓ ଦେଶୀ/ ବିଦେଶୀନୀ ଯୁବତୀ ଯୁବକ ମାନଙ୍କୁ କୋର୍ଟ ଚାଲାଣ କରୁଛି । ପୁଲିସ ଭୟରେ ଦେହ ବ୍ୟବସାୟୀ ମାନେ ଜଙ୍ଗଲ ମୁଖା ହେଉଛନ୍ତି। ଏପରି ଘଟଣା ଦେଖିବାକୁ ମିଲୁଛି ଲାଞ୍ଜିଗଡ ଓ ନର୍ଲା ବ୍ଳକ ଅନ୍ତର୍ଗତ ବଞାରୀ ଘାଟି ( କଦଲୀଘାଟି) ଓ ଢେପଗୁଡା ଘାଟି ରେ ।
ଡକାୟତ ମାନେ ବିଭିନ୍ନ ଚାରି ଚକିଆ, ମଟର ସାଇକଲ ଲୁଟିବାଓ ଟ୍ରକଡ୍ରାଇଭର ମାନଙ୍କଠାରୁ ଟଙ୍କା ପଇସା ଛଡେଇ ନେବା ଚର୍ଚା କୁ ଆସିଲାପରେ ବର୍ତ୍ତମାନ ଆଉ ଏକ ନୂଆ ପ୍ରକାର ଅସାମାଜିକ କାର୍ଯ୍ୟରେ ଚର୍ଚ୍ଚାକୁ ଆସୁଛି ଏହି ଦୁଇଟି ଘାଟି। ଏହି ଦୁଇଟି ଘାଟି ର ଦୁଇ ପାର୍ଶ୍ବରେ ଘଞ୍ଚ ଜଙ୍ଗଲ ଥିବା ଯୋଗୁଁ ସୁବିଧାରେ ବ୍ୟବସାୟ ଚଲାଉଛନ୍ତି ଦେହ ବ୍ୟବସାୟୀମାନେ । ଦୁଇଟି ଜଙ୍ଗଲରେ ପ୍ରାୟ ସମୟରେ ରାୟଗଡ଼ା, ମୁନିଗୁଡା, ଭବାନୀପାଟଣା, ସମ୍ବଲପୁର, ବଲାଙ୍ଗୀର ଆଦି ବିଭିନ୍ନ ଅଞ୍ଚଳରୁ ଚାରିଚକିଆ ଓ ମଟରସାଇକଲରେ କିଛି ଯୁବକ ଯୁବତୀ ଓ କିଛି କୀନ୍ନରଙ୍କୁ ଦେଖିବାକୁ ମିଳୁଛି । ଲୋକଙ୍କ କହିବା ଅନୁଯାୟୀ କେତେ ଜଣ ଅନ୍ତରଙ୍ଗ ସମୟରେ ଧରାପଡିଲା ପରେ ଛୁରୀ ଦେଖାଇ ଜୀବନରେ ମାରିଦେବା ଧମକ ଦେଇ ଫେରାର ହେଇଛନ୍ତି। ଏଭଳି ଅସାମାଜିକ କାର୍ଯ୍ୟକୁ ଏ ଅଞ୍ଚଳର ବୁଦ୍ଧିଜିବୀ ମାନେ ଘୋର ନିନ୍ଦା କରିବା ସାଙ୍ଗେସାଙ୍ଗେ ପୁଲିସ ପ୍ରଶାସନ ତତ୍ପର ରହି ପେଟ୍ରୋଲିଙ୍ଗ କରିବାପାଇଁ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
Report by GopalDas Mahanand, Correspondent Lanjigarh odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube