ମ.ରାମପୁର ଓକିଲ ସଂଘ ନିର୍ବାଚନ: ସଭାପତି, ସମ୍ପାଦକ ନିଦ୍ୱର୍ନ୍ଦରେ ନିର୍ବାଚିତ

କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ଓକିଲ ସଂଘ ନିର୍ବାଚନ ଶେଷ ହୋଇଯାଇଛି। ଏଥିରେ ସଭାପତି ଓ ସମ୍ପାଦକ ପଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦେଖାଯାଇଛି। ସଭାପତି ପଦ ପାଇଁ ଜୟ କୁମାର ସିଂହଦେଓ, ସମ୍ପାଦକ ପଦ ପାଇଁ ଯତିନ୍ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ପଣ୍ଡା, ଯୁଗ୍ମ ସମ୍ପାଦକ ଆଶିଷ କୁମାର ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଯାଂଚପରେ ଏ ଚାରି ପ୍ରାର୍ଥୀପତ୍ର କାୟମ ରହିବା ସହିତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଯାଇଛି। ଆସନ୍ତା ଡିସେମ୍ବର ୧୨ ତାରିଖ ଦିନ ନିର୍ବାଚିତ ବ୍ୟକ୍ତିଙ୍କ ସମ୍ପର୍କରେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ ବୋଲି ମ.ରାମପୁର ଓକିଲ ସଂଘ ପକ୍ଷରୁ ସୂଚନା ମିଳିଛି। ବରିଷ୍ଠ ଆଇନଜୀବିି ବିରଂଚି ନାରାୟଣ ଶତପଥୀ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ବରିଷ୍ଠ ଆଇନଜିବୀ ଜୟ କୁମାର ସିଂହଦେଓ ପୂର୍ବରୁ ମଧ୍ୟ ସଭାପତି ପଦରେ ରହି ସୁଚାରୁ ରୂପେ ସଂଘକୁ ପରିଚାଳନା କରିଆସୁଥିଲେ। ଶ୍ରୀ ସିଂହଦେଓଙ୍କ ଦକ୍ଷତା କୁ ନେଇ ପୁଣି ଆଉଥରେ ସଂଘ ସଭାପତି ନିଦ୍ୱର୍ନ୍ଦ ଭାବେ ନିର୍ବାଚିତ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.