ଗୀତ ଗାଇବାକୁ ଡାକି ଗଣବଳାତ୍କାର କରିଥିବା ଅଭିଯୋଗ : ୨ ଗିରଫ
ଭୁବନେଶ୍ବର,୨୫/୧: ଏକ ଜନ୍ମଦିନ କାର୍ଯ୍ୟକ୍ରମରେ ର ଗୀତ ଗାଇବା ପାଇଁ ଜଣେ ନାବାଳିକା ମେଲୋଡି ଗାୟିକାଙ୍କୁ ଗକାଗଲା । ଜନ୍ମଦିନ କାର୍ଯ୍ୟକ୍ରମ ସରିବାପରେ କିଛି ଯୁବକ ତାଙ୍କୁ ଡାକିନେଇ ମଦ ପିଏଇ ଗଣବଳାତ୍କାର କରିଥିବା ପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ । ପିଡିତାଙ୍କ ଅଭିଯୋଗକୁ ଭିତ୍ତିକରି କେସ୍ ନଂ ୩୧/୧୯ରେ ଏକ ମାମଲା ରୁଜୁକରି ସୁଶାନ୍ତ ପୁହାଣ ଓ ଉମାକାନ୍ତ ବେହେରାଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ। ନାବାଳିକା ଓ ଅଭିଯୁକ୍ତଦ୍ୱୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଦୟାନିଧି ଦାସ ପ୍ରକାଶ କରିଛନ୍ତି ।