କରୋନା ଯୋଗୁଁ ବିଦ୍ୟାଳୟ ବନ୍ଦ: ବଂଚିଗଲେ ଛାତ୍ରଛାତ୍ରୀ

ଭୁଷୁଡ଼ି ପଡ଼ିଲା ବିଦ୍ୟାଳୟ ପରିସରରେ ଛାତ

କଳାହାଣ୍ଡି(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମୋହନଗିରୀ ପଂଚାୟତର ସାତମୌଜା ବିଦ୍ୟାଳୟର ଛାତ ଭୂଷୁଡ଼ି ପଡ଼ିଛି । ସ୍କୁଲ ବନ୍ଦ ଥିବା କାରଣରୁ ଏକ ବଡ଼ ଧରଣର ଦୁର୍ଘଟଣା ରୁ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ପରିସରରେ ଏକ କୋଠାର ଛାତ ସହିତ କାନ୍ଥ ଭୂଷୁଡ଼ି ପଡ଼ିଛି ସତ କିନ୍ତୁ ତାହା ଏବେ ବିପଦସଂକୁଳ ଅବସ୍ଥାରେ ରହିଛି । ଏହି ବିଦ୍ୟାଳୟରେ ସର୍ବମୋଟ ୯୭ଜଣ ଛାତ୍ରଛାତ୍ରୀ ଥିବାବେଳେ ପାଂଚଟି ଶ୍ରେଣୀ ଗୃହ ରହିଛି ଏବଂ ଏହି ଶ୍ରେଣୀ ଗୃହଟି ଖୁବ୍ ପୁରୁଣା ଏହାକୁ ଗତବର୍ଷ ଡ଼୍ୟାମେଜ୍ ଦେଖାଯାଇଥିବା କହିଛନ୍ତି ପ୍ରଧାନଶିକ୍ଷକ ନେତ୍ରାନନ୍ଦ ସାହୁ । ତେବେ ଆଗାମୀ ଦିନରେ ସ୍କୁଲ ଖୋଲିବା ପୂର୍ବରୁ ଏହାକୁ ସଂପୂର୍ଣ୍ଣ ଭାଙ୍ଗିଦିଆଯାଉ ବୋଲି ଅଂଚଳବାସୀ ଦାବୀ କରିଥିବାବେଳେ ସ୍କୁଲ ବନ୍ଦ ଥିବା ସମୟରେ ବି ଏହି ବିଦ୍ୟାଳୟ ପରିସରକୁ ସଂପୂର୍ଣ୍ଣ କଟକଣା ଯୁକ୍ତ କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.