ମାଳିଯୁବାଙ୍ଗ ଠାରେ ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଙ୍କାକୁଣ୍ଡୁରୁ ମା’ ସନ୍ତୋଷୀ ଜନକଲ୍ୟାଣ ଫାଉଣ୍ଡେସନ ଚିକିତ୍ସାଲୟଠାରେ ‘ସମ୍ବାଦ-ଆମ ଓଡ଼ିଶା’ ଓ ବିଜେପୁର, ମାଳିଯୁବାଙ୍ଗ, ପାହାଡ଼ପଦର, ଲାଖବାହିଲି, ବେନଙ୍ଗା ଓ ତ୍ରିଲୋଚନପୁର ୬ ଗୋଟି ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୨୦ ତାରିଖ ରବିବାର ଦିନ ଏକ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ମା ସନ୍ତୋଷୀ ଚିକିତ୍ସାଲୟର ପରିଚାଳନା ଅଧିକାରୀ ଚିତ୍ତରଞ୍ଜନ ନନ୍ଦ, ବିଜୁଛାତ୍ର ଜିଲ୍ଲା ସମ୍ପାଦକ ପରକ୍ଷିତ ନାଏକ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ ଓ ସମିତି ସଭ୍ୟ ହରିଶ୍ଚନ୍ଦ୍ର ପୂଜାରୀ, ପାହାଡ଼ପଦର ପୂର୍ବତନ ସରପଞ୍ଚ କୁଞ୍ଜ ମାଝୀ, ମାଳିଯୁବାଙ୍ଗ ପୂର୍ବତନ ସରପଞ୍ଚ ବାମନ ମାଝୀ, ବେନଙ୍ଗା ସରପଞ୍ଚ ସୁକାନ୍ତି ମାଝୀ, ଲାଖବାହିଲି ସରପଞ୍ଚ ଲାକା ମାଝୀ, ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ, ମା ସନ୍ତୋଷୀ ଚିକିତ୍ସାଲୟର ଡ଼. ସମରେନ୍ଦ୍ର ପାତ୍ର, ଡ଼ା. ଓମ ପ୍ରସାଦ ପ୍ରଧାନ, ବୈଦ୍ୟନାଥ ନାଏକ, ଲୋକନାଥ ମାଝୀ, ସୁଧିର ନାୟକ ପ୍ରମୁଖ ରକ୍ତଦାନ ମହତ୍ବ ସମ୍ପର୍କରେ ମତ ରଖିଥିଲେ। ଲାଞ୍ଜିଗଡ ବ୍ଲକ ‘ସମ୍ବାଦ’ ପ୍ରତିନିଧି କ୍ଷମାନିଧି ମହାଖୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଙ୍କାକୁଣ୍ଡୁରୁ ମା’ ସନ୍ତୋଷୀ ଜନକଲ୍ୟାଣ ଫାଉଣ୍ଡେସନ ଚିକିତ୍ସାଲୟର ଭଗବାନ ପ୍ରଧାନ, ଅରୁଣ କୁମାର ସେଠ, ସୁଲକ୍ଷଣି ନାଏକ, ହେମକାନ୍ତି ବାଗ ପ୍ରମୂଖ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.