ନୂଆଦିଲ୍ଲୀ,୨୫/୧: ଇଲେକ୍ଟ୍ରିକ ଟୁ-ହ୍ବୁଲର ନିର୍ମାତା କମ୍ପାନୀ Okinawa Scooters ନିଜର ନୂଆ ଇଲେକ୍ଟ୍ରିକ ସ୍କୁଟର i-Praise ଲଞ୍ଚ କରିଛି । କମ୍ପାନୀ ଏହାର ମୂଲ୍ୟ ୧.୧୫ ଲକ୍ଷ ରଖିଛି (ଏକ୍ସ ସୋ ରୁମ) । କମ୍ପାନୀର କହିବା ମୁତାବକ ପ୍ରି-ଲଞ୍ଚ ସମୟରେ ଏହି ନୂଆ ସ୍କୁଟରର ୪୫୦ ବୁକିଙ୍ଗ ମିଳିସାରିଛି ।
ସବୁଠାରୁ ରୋଚକ କଥା ହେଲା କମ୍ପାନୀ ଏହି କଥାର ଦାବି କରୁଛିକି ଭାରତୀୟ ନୌସେନା i-Praise ର ପ୍ରଥମ ଗ୍ରାହକ ହୋଇଛି । ଏହି ଇ-ସ୍କୁଟର ତିନୋଟି ରଙ୍ଗର ମିଶ୍ରଣରେ ଉପଲବ୍ଧ ସେଗୁଡିକ ହେଲା – ଗ୍ଲୋସୀ ରେଡ ବ୍ଲେକ୍, ଗ୍ଲୋସୀ ଗୋଲଡେନ ବ୍ଲେକ୍ ଏବଂ ଗ୍ଲୋସୀ ସିଲଭର ବ୍ଲେକ ।
i-Praise ଏକ ଡିଟେଚେବଲ ଲିଥିୟନ ଆୟନ ବ୍ୟାଟେରୀ ସହିତ ଆସିଥାଏ । i-Praise ରେ ପ୍ରଯୁକ୍ତ ବ୍ୟାଟେରୀ ପାଇଁ କେବଳ 5A ପାୱାର ସକେଟର ଆବଶ୍ୟକତା ପଡିଥାଏ । ଯାହା ଯେକୌଣସି ଠାରେ ମଧ୍ୟ ରିଚାର୍ଜ ହେବାର କ୍ଷମତା ରଖିଥାଏ ।
Okinawa କମ୍ପାନୀ ଦାବି କରିଛିକି i-Praise କୁ ୨ – ୩ ଘଣ୍ଟା ଚାର୍ଜ କଲେ ୧୬୦ ରୁ ୧୮୦ କିମି ପର୍ଯ୍ୟନ୍ତ ଚାଲି ପାରୁଛି ଓ ହାଇସ୍ପିଡ ୫୫ ରୁ ୭୫ କିମି ପ୍ରତିଘଣ୍ଟା ରହିଛି ।