ଭାରତ ବନ୍ଦ: ରାମନାଗୁଡା ସମେତ ଗୁଣପୁର ଉପଖଣ୍ଡରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ


ରାମନାଗୁଡା: ରାମନାଗୁଡା ବ୍ଲକ ଗେଟ ବଜାର ନିକଟରେ ସିପିଏମ ଜିଲା ସମ୍ପାଦକ ସଦାନନ୍ଦ ଲିମାଙ୍କ ନେତୃତ୍ବରେ ଭାରତ ବନ୍ଦ ସଫଳ ହୋଇଛି। ଓଡିଶା କୃଷକ ସଭା, ରାମନାଗୁଡା ଆଞ୍ଚଳିକ କମିଟି ଦ୍ୱାରା ମଧ୍ୟ ବନ୍ଦ ପାଳନ କରାଯାଇଛି। ଉକ୍ତ ବନ୍ଦ ପାଳନ ସମୟରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ରହିଥିଲା।


👆🏽କ୍ଲିକ କରି ଦେଖନ୍ତୁ ଭିଡିଓ

ସେହିପରି ଭାବେ ଗୁଣୁପୁର ଉପଖଣ୍ଡରେ ଭାରତ ବନ୍ଦକୁ AICCTU, AISA, AIALA ଏବଂ AIKMS, CPI(ML) ପ୍ରମୁଖ ସମର୍ଥନ କରିଛନ୍ତି। ଗୁଣୁପୁର ଠାରେ କମ୍ରେଡ଼ ନାଗ ଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟ ବାଇ ପାସ ଛକ ଏବଂ ଏସପି ଗୁଡା ଛକ ଠାରେ ରାସ୍ତା ଅବରୋଧ ହୋଇଥିଲା। ବାମପନ୍ଥୀ ଦଳ ଗୁଡିକ ପୁରୁଣା ବସ ଷ୍ଟାଣ୍ଡ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ ସହ ନାରାବାଜି କରିଥିଲେ। ଏହି ଆନ୍ଦୋଳନକୁ ସିପିଆଇ(ଏମ ଏଲ) ଲିବେରେସନ ଜିଲା ସମ୍ପାଦକ ତ୍ରିପତି ଗୋମଙ୍ଗ, ବୃନ୍ଦାବନ ବିଡିକା, ଅନାସିମ ଶବର, ସମ୍ବରା ଶବର, କରୁଣାକର ଲିମା, କୈଳାଶ ଶବର, ଦାମୋଦର ଶବର, ଶ୍ରୀନିବାସ ଶବର, ବୁଦ୍ଧଦେବ ଶବର, ଅର୍ଜୁନ ଗୋମଙ୍ଗ ପ୍ରମୁଖଙ୍କ ନେତୃତ୍ୱରେ ଭାରତ ବନ୍ଦ ପରିଚାଳିତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଗୁଣୁପୁର ଆଦର୍ଶ ଥାନା ଏ.ଏସ.ଆଇ. ପ୍ରଶାନ୍ତ ଚନ୍ଦ୍ର ପାଲାକା ଓ ରାମନାଗୁଡା ଫାଣ୍ଡିର କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in