କୋକସରାରେ ଭାରତ ବନ୍ଦ ର ପ୍ରଭାବ


କୋକସରା: କୃଷି ବିଲକୁ ପ୍ରତ୍ୟାହୃତ ଦାବିରେ କୃଷକ ସଂଗଠନ ଦ୍ବାରା ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ଏହାକୁ ସଫଳ କରିବା ପାଇଁ କୋକସରା କୃଷକ ସଚେତନ ମଞ୍ଚ ଆଗେଇ ଆସିଛି। ମଞ୍ଚର ସଭାପତି ଶିବ ପ୍ରଧାନୀଙ୍କ ଆବାହକତ୍ବରେ ଶତାଧିକ ଚାଷୀ କୋକସରା ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି। ଭାରତ ବନ୍ଦକୁ ସମର୍ଥନ ଜଣାଇ ବହୁଜନ ମୁକ୍ତି ପାର୍ଟିର ରାଜ୍ୟ ସଭାପତି ନିର୍ମଳ ଜାଲ, ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୁର୍ୟୋଧନ ଜାଲଙ୍କ ସହିତ ଅନେକ କର୍ମୀ ସାମିଲ ହୋଇଛନ୍ତି।


👆🏽କ୍ଲିକ କରି ଦେଖନ୍ତୁ ଭିଡିଓ

ସେହିପରି ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କୋକସରା ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ନାଏକ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ମାଧୁରୀ ନିଏଲଙ୍କ ନେତୃତ୍ୱରେ ଦଳର ଅନେକ କର୍ମୀ ଉପସ୍ଥିତ ରହି ଶାନ୍ତି ପୁର୍ଣ ବନ୍ଦ ପାଳନ କରିଛନ୍ତି।ବନ୍ଦ ପାଳନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଛି। କେବଳ ଜରୁରୀ ସେବାକୁ ଛାଡି ସବୁ ଆଡେ ବନ୍ଦର ପ୍ରଭାବ ରହିଛି। ବନ୍ଦକୁ ଦୃଷ୍ଟିରେ ରଖି କୋକସରା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ନାରାୟଣ ନାଏକ ଧାରଣା ସ୍ଥଳ ପରିଦର୍ଶନ କରିଛନ୍ତି।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in