ଧର୍ମଗଡ: ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାରତ ବନ୍ଦ


ଧର୍ମଗଡ: ଭାରତ ବନ୍ଦ ର ପ୍ରଭାବ ଧର୍ମଗଡ଼ରେ ଦେଖିବାକୁ ମିଳିଛି। ଧର୍ମଗଡ଼ କଂଗ୍ରେସ କମିଟି, ଧର୍ମଗଡ଼ ବ୍ଲକ କୃଷକ ସଂଗଠନ, ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପ୍ରମୁଖ ଧର୍ମଗଡ଼ ଚାରି ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି। ଏହା ସହ ଧର୍ମଗଡ଼ ସହରର ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ସମ୍ପୂର୍ଣ ବନ୍ଦ ରହିଛି। ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି।

👆🏽କ୍ଲିକ କରି ଦେଖନ୍ତୁ ଭିଡିଓ

ବନ୍ଦ ଡାକରାରେ ଧର୍ମଗଡ଼ କୃଷକ ସଂଘର ଡମ୍ବରୁଧର ଲହଜଳ, ଡାକେଶ୍ୱର ଲହଜଳ, ଲବଣୀ ଯାଦବ, କଂଗ୍ରେସ କମିଟିର ମିଟୁ ନାଏକ, ଦିଗାମ୍ବର ଦୁରିଆ, ଗୋଲୁ ନାଏକ, ତୁଷାର ପଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ରହି ବନ୍ଦ ପାଳନ କରିଥିଲେ।

ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in