ସାମାଜିକ ବାସନ୍ଦଙ୍କ ଶବ କାନ୍ଧେଇଲେ ବିଜୁ ଯୁବ ବାହିନୀ

ମାନବିକତାର ପ୍ରକୃଷ୍ଟ ଉଦାହରଣ

ସାବାସ ବିଜୁ ଯୁବ ବାହିନୀ, ଲଖନା

ନୂଆପଡା : ଯେତେବେଳେ ମଣିଷ ମରିଯାଏ ସେତେବେଳେ ତା’ର ଶତ୍ରୁ ପାଟିରୁ ମଧ୍ୟ ଅଜାଣତରେ ଆହା ପଦଟିଏ ବାହାରିଯାଏ । କିନ୍ତୁ ଆମେ ଯେଉଁ ସ୍ଥାନର କଥା କହୁଚୁ ତାହା ସଂପୂର୍ଣ୍ଣ ଭିନ୍ନ । ଅସହାୟ ବୃଦ୍ଧ ଜଣକ ମରିଗଲା ପରେ ତାକୁ କାନ୍ଧ ଦେବାକୁ କେହି ଆସିଲେ ନାହିଁ । ସ୍ବାମୀର ମର ଶରୀର ପାଖରେ କାନ୍ଦିବା ଛଡା କିଛି ଉପାୟନାହିଁ ଅଭାଗିନୀ ସ୍ତ୍ରୀର । ଏପରି ସ୍ଥିତିରେ ଆଗେଇ ଆସିଲେ ବିଜୁ ଯୁବ ବାହିନୀ । ସମ୍ମାନର ସହ ଶବକୁ ସ୍ମଶାନକୁ ନେଇ ଦାହ କରାଗଲା । ବର୍ତମାନ ସମୟରେ ଆପଣ ଦେଖୁ ଥିବେ କେଉଁଠି ଗୋଷ୍ଠୀ କନ୍ଦଳତ ଅନ୍ୟ କେଉଁଠି ପରିବାରର ସମ୍ପର୍କିୟଙ୍କ ସହିତ ମାରପିଟ । ଏମିତି ଖବର ନିୟମିତ ଭାବେ ଗଣମାଧ୍ୟମର ପୃଷ୍ଟା ମଣ୍ଡନ କରୁଛି । କିନ୍ତୁ କେତେକ ବ୍ୟକ୍ତି ଓ ସଂଗଠନ ଆଜି ମଧ୍ୟ୍ୟ ମଣିଷତ୍ୱ ର ପରିଚୟକୁ ବଜାୟ ରଖିଛନ୍ତି , ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗ୍ରାମପଞ୍ଚାୟତ ଠାରେ ।

ରାମ ଚରଣ ରାଉତ(୬୫) ଲଖନା ବଜାର ପଡା ର ସ୍ଥାୟୀ ବାସିନ୍ଦା ଥିଲେ । ସେ ଅସହାୟ ଓ ବହୁତ ଗରିବ । ପରିବାର କହିଲେ ତାଙ୍କ ପତ୍ନୀ ଫୁଲ ବାଇ ରାଉତ । କୌଣସି କାରଣ ବଶତଃ ରାମଙ୍କୁ ସମାଜରୁ ବାସନ୍ଦ କରି ଦିଆ ଯାଇଥିଲା । ବୟସ ବୃଦ୍ଧି ଯୋଗୁଁ ରାମ ଦୀର୍ଘ ଦିନ ରୁ ଅସୁସ୍ଥ ଥଲେ । ଶେଷ ରେ ଆଜି ଆଖି ବୁଜିଲେ ରାମ । କିନ୍ତୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ କେହି ମଧ୍ୟ ଆସି ନ ଥିବାରୁ ଶେଷ ରେ ଲଖନା ବିଜୁ ଯୁବ ବାହିନୀ ସଭାପତି ସେହଵାଜ ହୁସେନ (ଜାନୁ ), ସମ୍ପାଦକ ଉତ୍ତମ ଦାସ, ସଦସ୍ୟ ମିଣ୍ଟୁ ଦାସ, ଚନ୍ଦ୍ରକାନ୍ତ ଦାସ, କୁନା ବାଗ, ସନ୍ଦୀପ ଦୀପ, କ୍ରିଷ୍ଣା ସାହୁ, ପିଣ୍ଟୁ, ମୁକୁ, ମହେନ୍ଦ୍ର, ଜନକ, ରୋହିତ, ପ୍ରମା ଆଦି ଆଗକୁ ଆସି ରାମ ରାଉତଙ୍କ ଶବ ସତ୍କାର କରି ଥିଲେ । ପ୍ରମାଣିତ ହେଲା ଆଜିବି ବଞ୍ଚି ରହିଛି ମାନବିକତା । ଯୁବ ପିଢ଼ିର ଏଭଳି ଏକ ଗ୍ରହଣୀୟ କାର୍ଯ୍ୟକୁ ପ୍ରଶଂସା କରି ସମିତି ସଭ୍ୟ ଫାରୁଖ ମହମ୍ମଦ ନିଜେ ଉପସ୍ଥିତ ରହି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୁବଲ ମାଝୀଙ୍କୁ ଭେଟି ଏହି ଅସହାୟ  ପରିବାରର ସାହା ହେବା ପାଇଁ ହରିଶ ଚନ୍ଦ୍ର ଯୋଜନା ରୁ ୨ହଜାର ଟଙ୍କା ଓ ୫୦ କିଲୋ ଚାଉଳ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟ କୁ ସ୍ଥାନୀୟ ଲୋକେ ପ୍ରଶଂସା କରୁଛନ୍ତି । ଜିଲ୍ଲା ରେ ମଧ୍ୟ ଖବର ଟି ଛାଇହୋଇ ଯାଇଛି ।

ନୂଆପଡାରୁ ମହେନ୍ଦ୍ର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.