ଗଣତନ୍ତ୍ର ଦିବସ ସମ୍ପର୍କରେ ଆପଣ ଏକଥା ଜାଣିବା ଜରୁରୀ

ଆଜି ଜାନୁଆରୀ ୨୬ ତାରିଖ, ଆମ ଦେଶର ଗଣତନ୍ତ୍ର ଦିବସ। ଏହି ଅବସରରେ ଆସନ୍ତୁ ଜାଣିବା ଗଣତନ୍ତ୍ର ଦିବସ ସମ୍ପର୍କରେ କିଛି ବିଶେଷ ତଥ୍ୟ:

  • ଭାରତ ସ୍ୱାଧୀନ ହେବାର ପ୍ରାୟ ୨ ବର୍ଷ ୧୧ ମାସ ପରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା।

  • ପ୍ରଥମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ ଅବସରରେ ଗାନ୍ଧିଜୀଙ୍କର ଏକ ପ୍ରିୟ ଗୀତ ‘ଆବାଇଡ୍‌ ଉଇଥ୍‌ ମି’ ବଜାଯାଇଥିଲା।

  • ଭାରତର ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ୍‌। ଏଥିରେ ୪୪୮ଟି ଆର୍ଟିକଲ୍‌ ରହିଛି।

  • ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ରୂପେ ଯୋଗଦେଇଥିଲେ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକାର୍ଣ୍ଣୋ।

  • ୧୯୬୫ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ‘ହିନ୍ଦୀ’କୁ ଭାରତର ରାଷ୍ଟ୍ରୀୟ ଭାଷା ବୋଲି ଘୋଷଣା କରାଯାଇଥିଲା।

  • ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ସମାରୋହ ମେଜର ଧ୍ୟାନଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡିଅମ୍‌ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ ହଜାର ନାଗରିକ ଯୋଗଦେଇଥିଲେ।

  • ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ଦିନ ସାଢ଼େ ୧୦ଟା ସମୟରେ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ୩୧ଟି ତୋପ ସଲାମୀ ଦିଆଯାଇଥିଲା।

 

  • ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ଶପଥ ଗ୍ରହଣ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବ ଗଭର୍ଣ୍ଣମେଣ୍ଟ ହାଉସ୍‌ର ଦରବାର୍‌ ହଲରେ ଆୟୋଜିତ ହୋଇଥିଲା।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.