୭୦ ତମ ଗଣତନ୍ତ୍ର ଦିବସ, ଦେଶ ପ୍ରେମର ଅମ୍ଲାନ ଶିଖାରେ ଆଳୋକମୟ ଦିଲ୍ଲୀ ଠୁ ପଲ୍ଲୀ
ନୂଆଦିଲ୍ଲୀ,୨୬/୧: ଭାରତ ଆଜି ନିଜର ୭୦ତମ ଗଣତନ୍ତ୍ର ଦିବସ ପାଳନ କରିଛି । ଦିଲ୍ଲୀରୁ ପଲ୍ଲୀ ଯାଏଁ ଉତ୍ସବର ମାହୋଲ । ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀର ରାଜପଥରେ ବିଶେଷ ସମାରୋହର ଆୟୋଜନ କରାଯାଇଥିଲା ।
ଏହି ଜାତୀୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ନେତୃବୃନ୍ଦ, ବିରୋଧୀ ଦଳର ନେତୃବୃନ୍ଦ ପ୍ରମୂଖ ଉପସ୍ଥିତ ଥିଲେ । ଏଥିରେ ଭାରତର ସାମରିକ ସାମର୍ଥ୍ୟ, ସଶସ୍ତ୍ର ସେନା ବାହିନୀ ଓ ସାଂସ୍କୃତିକ ବିଭବ ପ୍ରଦର୍ଶିତ ହୋଇଥିଲା ।
ଏଥର ଗଣତନ୍ତ୍ର ଦିବସ ପ୍ୟାରେଡରେ ୧୬ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ତଥା ଛ ଗୋଟି କେନ୍ଦ୍ରିୟ ମନ୍ତ୍ରଣାଣୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଥିଲା । ଏହି ମନ୍ତ୍ରଣାଳୟ ସବୁର ମେଢ ସ୍ବଚ୍ଛ ଭାରତ ଅଭିଯାନ, ସୌଭାଗ୍ୟ ଯେଜନା, କିଶାନ, ଗାନ୍ଧୀ ଆଦି ୨୨ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲେ । ଦିଲ୍ଲୀ ରାଜପଥ ର ଗଣତନ୍ତ୍ର ପରେଡ ଆଜି ବିଜୟ ଛକ ଠାରୁ ଆରମ୍ଭ ହୋଇ ରାଜପଥ, ଇଣ୍ଡିଆ ଗେଟ, ତିଲକ ମାର୍ଗ, ନେତାଜୀ ସୁଭାଷ ମାର୍ଗ ହୋଇ ବାହାଦୁର ସାହା ଜାଫର ମାର୍ଗ, ଦେଇ ନେତାଜୀ ସୁଭାଷ ମାର୍ଗ ହୋଇ ଲାଲ କିଲ୍ଲା ଠାରେ ପହଞ୍ଚି ଥିଲା ।
ଏସବୁକୁ ଦୃଷ୍ଟିରେ ରଖି ପରେଡ ମାର୍ଗ ସବୁରେ ସକାଳୁ ସକାଳୁ ପୋଲିସ ସବିଶେଷ ପ୍ରବନ୍ଧ କରିଥିଲା । ଗଣତନ୍ତ୍ର ଦିବସ ସୁଚାରୁଋପେ ସମାପନ ହେବା ନିମିତ୍ତ ରାଜଧାନୀ ଦିଲ୍ଲୀ ସମେତ ଦେଶ ସାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।
ପରେଡ କମାଣ୍ଡର୍ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବା ପରେ ଭାରତର ମୁଖ୍ୟ ଯୁଦ୍ଧ କମାଣ କେ-୯ ବଜ୍ର ଓ ଏମ୍୭୭୭ ହାଓ୍ଵିଜର୍ସ ଉତ୍ସବସ୍ଥଳୀ ରାସ୍ତାରେ ଗତି କରିଥିଲେ। ପରେ ମାଡ୍ରାସ୍ ରେଜିମେଣ୍ଟ୍, ରାଜପୁତ ରାଇଫଲସ୍, ଶିଖ୍ ରେଜିମେଣ୍ଟ୍, ଗୋର୍ଖା ବ୍ରିଗେଡ୍, ଆର୍ମି ସର୍ଭିସ୍ କର୍ପସ୍ ଏବଂ ୧୦୨ ଇନ୍ଫାଣ୍ଟ୍ରି ବାଟାଲିୟନ୍ ପଞ୍ଜାବର ଯବାନ ପରେଡ କରିଥିଲେ। ମେଜର୍ ଖୁସବୁ କନଓ୍ବରଙ୍କ ନେତୃତ୍ୱରେ ପ୍ରଥମ ଥର ଆସାମ ରାଇଫଲ୍ସ୍ ସମସ୍ତ ମହିଳା ଥିବା କଣ୍ଟିଜେଣ୍ଟ୍ ଏବଂ ନେତାଜୀ ସୁଭାଷ ବୋଷଙ୍କ ଇଣ୍ଡିଆନ୍ ନେସ୍ନାଲ୍ ଆର୍ମିର ୪ ଜଣ ବୀର ବର୍ଷିଆନ ପରେଡରେ ଅଂଶ ଗ୍ରହଣ କରିଥିଲେ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube