ଖଏରମାଲରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

କଳାହାଣ୍ଡି, ୧୨/୧୧:
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଖଏରମାଲ ଶିବ ଶମ୍ଭୁ କ୍ରିକେଟ ଟିମ୍ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣାମେଣ୍ଟ ର ଉଦ୍ଘାଟନୀ ସମାରୋହ ଓ ପ୍ରଥମ ମ୍ୟାଚ ଆରମ୍ଭ ହୋଇଛି । ନର୍ଲା ବ୍ଲକ ଉପାଧ୍ୟକ୍ଷ୍ୟ ଦୂର୍ଗାପ୍ରସାଦ ମହାନ୍ତି ( ମୁନା ) ମୂଖ୍ୟ ଅତିଥୀ ଭାବେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ ।


ଉଦ୍ଘାଟନୀ ମ୍ୟାଚ କଣ୍ଡରେଇ ଓ ତୁର୍ଲାଖମନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଣ୍ଡରେଇ ବିଜୟୀ ହୋଇଥିଲା । ତୁର୍ଲାଖମନ ୭୨ ରନ କରିଥିବା ବେଲେ କଣ୍ଡରେଇ ୭୪ ରନ କରିଥିଲା । ଲିଙ୍ଗରାଜ ସାହୁ ଖେଳ ପରିଚାଳନା କରିଥିବା ବେଳେ କବିରାଜ ସାହୁ , ନବୀନ ପଟେଲ , ପିଙ୍କୁ ପାତ୍ର , ଭକ୍ତରାମ ଧରୁଆ ପ୍ରମୂଖ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟଯେ ଏହି ଟୁର୍ଣ୍ଣାମେଣ୍ଟରେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ୧୬ଟି ଟିମ ଯୋଗଦେବାର ସୂଚନା ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.