ବିଜେପୁର ଠାରେ ମା’ କନକ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ


ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଜେପୁର ଠାରେ ମା’ କନକ ଦୁର୍ଗା ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତରରେ ଥିବା ଏହି ମନ୍ଦିରର ରତ୍ନମୁଦ ଅବସରରେ ଇନ୍ଦ୍ର-ଇନ୍ଦ୍ରାଣୀ ସ୍ଥାପନ ଓ ପୂର୍ଣାହୁତି ଆଦି କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା।ମା’କନକ ଦୁର୍ଗା ସାଂସ୍କୃତିକ ଅନୁଷ୍ଠାନ ସଭାପତି ପରୀକ୍ଷିତ ନଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଲାଞ୍ଜିଗଡର ପୁର୍ବତନ ବିଧାୟକ ଶିବାଜୀ ମାଝୀ, ପୁର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀ ମତି ମାଝୀ,ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ଜିଲ୍ଲା ବିଜୁଯୁବ ସମ୍ପାଦକ ଆଶୁତୋଷ ପୁରୋହିତ, ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ଲାଞ୍ଜିଗଡ ବ୍ଲକ ପୂର୍ବତନ ଉପାଦକ୍ଷ ଜଗଦୀଶ ବେନିଆଁ, ବିଜେଡି ରାଜ୍ୟ ସଦସ୍ୟ ତଥା ବିଧାୟକ ପ୍ରତିନିଧି ସଚିଦାନନ୍ଦ ମହାଖୁଡ, ବିଜେପୁର ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ପାଇକ ସମାଜ କୋଲାଦକ୍ଷ ଚନ୍ଦ୍ରଧ୍ୱଜ ପେଶନିଆ, ଲାଞ୍ଜିଗଡ଼ ବ୍ଲକ ବିଜୁ ଯୁବ ଜନତାଦଳ ସଭାପତି ଡିଲେଶ୍ୱର ନାଗ, ବରିଷ୍ଠ ବିଜେଡି ନେତା ୠତୁରାଜ ମାଝୀ, ଲାଞ୍ଜିଗଡ ହରିହର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ କାମରାଜ ଦଳବେହେରା, ମାଳିଯୁବାଙ୍ଗ ସରପଞ୍ଚ ଲାଲକୃଷ୍ଣ ମାଝୀ, ବ୍ଲକ ପୁର୍ବତନ ଅଧ୍ୟକ୍ଷ ମନହର ହରପାଲ, ପାହାଡ଼ ପଦର ପୁର୍ବତନ ସରପଞ୍ଚ କୁଞ୍ଜ ମାଝୀ, ଲାଞ୍ଜିଗଡରୋଡ଼ ସରପଞ୍ଚ ଟଙ୍କ ମାଝୀ, ତ୍ରିଲୋଚନପୁର ସରପଞ୍ଚ ଚନ୍ଦ୍ର ମାଝୀ ଓ ଅଞ୍ଚଳର ମାନ୍ୟଗୁଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ଶନିବାର ବିଜେପୁର ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ କଳସ ଯାତ୍ରାରେ ସମିଲ ହୋଇ ଆଜି ଲମ୍ବା ଧାଡିରେ ଠିଆ ହୋଇ ମନ୍ଦିର ରତ୍ନମୁରେ ଧାନ, ବିରି, ମାଣ୍ଡିଆ, କୋଳଥ, ସୁନା, ରୁପା, ତମ୍ବା ନିଜ ଶକ୍ତି ଅନୁସାରେ ସ୍ଥାପନ କରିଥିଲେ। ଏହି ମନ୍ଦିର ଆଜିକୁ ୩୦ ବର୍ଷ ପୂର୍ବରୁ ସ୍ଥାପନ ହୋଇଥିଲା।

ପୂର୍ବତନ ବିଧାୟକ ଶିବାଜୀ ମାଝୀ, ପୁର୍ବତନ ରାଜ୍ୟ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ଅନୁଦାନ ରାଶିରେ ନିର୍ମାଣ ହୋଇ ଅଧପନ୍ତରିଆ ଅବସ୍ଥାରେ ରହିଥିଲା। ଏନେଇ ବିଜେପୁର ଅଞ୍ଚଳବାସୀ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଥିଲେ।

ଶ୍ରୀ ଦିଶାରୀଙ୍କ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଅନୁଦାନ ରାଶିରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ଆଉ ୪ ଲକ୍ଷ ଅନୁଦାନ ରାଶି ମନ୍ଦିର ନିର୍ମାଣ କାର୍ଯ୍ୟରେ ଦିଆଯିବ ବୋଲି ଆଜି ବିଧାୟକ ଶ୍ରୀ ଦିଶାରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ବିଜେପୁର ମା’ କନକ ଦୁର୍ଗା ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମଳିଯୁବାଙ୍ଗ ବଙ୍କାକୁଣ୍ଡରୁ ମା’ ସନ୍ତୋଷୀ ଜନ କଲ୍ୟାଣ ଫାଉଣ୍ଡେସନ ଚିକିତ୍ସାଲୟର କର୍ମଚାରୀ ମାନେ ସ୍ୱାସ୍ଥ୍ୟ ସେବାରେ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in