ନବବର୍ଷ ଉପଲକ୍ଷେ ‘ଭଜନ ଶ୍ରୀକ୍ଷେତ୍ର’ ଆୟୋଜନ କଲା ସଙ୍ଗୀତ ସନ୍ଧ୍ୟା

ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ନବବର୍ଷ ଉପଲକ୍ଷେ ‘ଭଜନ ଶ୍ରୀକ୍ଷେତ୍ର’ର ସଙ୍ଗୀତ ସନ୍ଧ୍ୟା ଆୟୋଜିତ ହୋଇଯାଇଛି। ଭଜନ ଶ୍ରୀକ୍ଷେତ୍ରର ମୁଖ୍ୟ ସଙ୍ଗୀତଜ୍ଞ ସତ୍ୟରଞ୍ଜନ ମହାନ୍ତିଙ୍କ ପରିଚାଳନାରେ ଆୟୋଜିତ ଏଇ ସଙ୍ଗୀତ ସନ୍ଧ୍ୟାରେ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ସଭାପତି ଡାକ୍ତର ଜୟନ୍ତ ଦାସ, ସମ୍ପାଦକ ଧୀରେନ୍ଦ୍ର ନାରାୟଣ ଦାସ ଓ ‘ସମାଜ’ର ବରିଷ୍ଠ ସାମ୍ବାଦିକ ଶଶୀରଂଜନ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ଭଜନ ଶ୍ରୀକ୍ଷେତ୍ର’ର ଛାତ୍ରଛାତ୍ରୀ ଦିଶାନ୍ତ ପୀୟୁଷ ପାଣିଗ୍ରାହୀ, ବିମଲ କୁମାର ଷଡ଼ଙ୍ଗୀ, ଦିଗବିଜୟ ମହାନ୍ତି, ଦେବାଂଶି ବୋଷ, ପ୍ରିୟାଂଶୁ ବେହେରା, ଶ୍ବେତାଲିସା ଶୁଭଦଶିର୍ନୀ, ସନ୍ଦିପ୍ତା କର, ସ୍ମୃତି ସ୍ବରୂପା ମିଶ୍ର, ଜେଲିନା ବେହେରା, ଅଚ୍ଚିର୍ତା ମାଝୀ, ହରପ୍ରିୟା ସିଂ, ଅଭିଷିକ୍ତା ରାଉଳ, ଅନିନ୍ଦିତା ରାଉଳ, ସୋହିନୀଶ୍ରୀ ଲେଙ୍କା, ରୀତିତ୍ରିଷ୍ଣା ଦାସ, ଦୀପ୍ତିଶ୍ରୀ ନାୟକ ପ୍ରମୁଖ ଗୀତିକାର ପ୍ରଶାନ୍ତ ଦାସ, ରବୀନ୍ଦ୍ର ବିଶ୍ବାଳ, ଦୀପକ ବୋଷ, ଇଂ କାତ୍ତିର୍କ ଚନ୍ଦ୍ର ବାରିକ, ଗୁରୁ ଗଙ୍ଗାଧର ସେଠୀ ଓ ଦୀପ୍ତିଶ୍ରୀ ନାୟକଙ୍କ ରଚନାରୁ ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ଉମାରାଣୀ ସାହୁ ଓ ଦିବ୍ୟଜ୍ୟୋତି ସାହୁ ଗୀଟାର ବାଦନ କରି ଦର୍ଶକଙ୍କ ମନ ମୋହିଥିଲେ। ବାଦ୍ୟଯନ୍ତ୍ରରେ ଜୟନ୍ତ କୁମାର ବେହେରା, ବଂଶୀଧର ସାହୁ, ସୁବାସ ସିଂହ, ସତ୍ୟନାରାୟଣ ଦାସ, ତପନ ବେହେରା ଓ ସଂଜୀବ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ଏହି ଅବସରରେ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟସାଧନ ଦାସ ପଟ୍ଟନାୟକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବଦ୍ଧିର୍ତ କରାଯିବା ସହ ଛାତ୍ରଛାତ୍ରୀ ଓ ବାଦ୍ୟଶିଳ୍ପୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.