କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲା ବିଜେଡି

ନୂଆପଡା ଠାରେ ବିଜୁ ଯୁବ ଜନତା ଦଳର ସାମ୍ବାଦିକ ସମ୍ମିଳନୀ

ନୂଆପଡା,୨୮/୧: ସ୍ଥାନୀୟ ଇରିଗେସନ ଡାକ ବଙ୍ଗଳା ଠାରେ ବିଜୁ ଯୁବ ଜନତା ଦଳ ଦ୍ଵାରା ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।ରାଜେଶ ନିଗମ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ରାଜେନ୍ଦ୍ର ଢୋଲକିଆ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କୁ ସାହୁ (ଭୈରବ ) ଯୋଗ ଦେଇ ଥିଲା ବେଳେ ପର୍ଯ୍ୟବେକ୍ଷକ ରୂପେ ରୋମାଞ୍ଚଳ ରଞ୍ଜନ ବିଶ୍ୱାଳ ରାଜ୍ୟ ସାଧାରଣ ସମ୍ପାଦକ (ବି.ଯୁ.ଜ.ଦ ) ଓ ବଲାଙ୍ଗୀର ଜୋନାଲ ସଭାପତି ଚିରାଗ ସିଂଦେଓ ଯୋଗ ଦେଇ ଥିଲେ । ଏମଡି ସାହିଲ ସାଧାରଣ ସମ୍ପାଦକ(ବି.ଯୁ.ଜ.ଦ ), ଅନନ୍ତ ସିଂ ଦେଓ ବଲାଙ୍ଗୀର ଜୋନାଲ ସାଧାରଣ ସମ୍ପାଦକ ପ୍ରମୂଖ ମଞ୍ଚାସିନ ଥିଲେ । ସୁଧୀର ମିଶ୍ର ସଭା ପରିଚାଳନା କରୁଥିବା ବେଳେ ଜିଲ୍ଲା ବି.ଯୁ.ଜ.ଦ ର ଖରିଆର ବ୍ଲକ ସଭାପତି ବ୍ରଜ ବରିହା, ମୁରଲୀ ଭୋଇ (କୋମନା ), ସୁବାଷ ବାଗ (ସିନାପାଲି ), ମ.ଡି ମୋଇନ (ନୂଆପଡା ) ତଥା ବି.ଯୁ.ଜ.ଦ ର ସମସ୍ତ ମୁଖ୍ୟ କାର୍ଯ୍ୟକର୍ତା ଏହି ବୈଠକ ରେ ସାମିଲ ହୋଇ ଥିଲେ ।

ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ମିଶି ସାରା ରାଜ୍ୟ ରେ ଚଳାଇବେ ୨ ଲକ୍ଷ ହସ୍ତାକ୍ଷର ଅଭିଯାନ

ଧାର୍ଯ୍ୟ ସମୟ ରେ କେନ୍ଦ୍ର ସରକାର ଛାତ୍ର ବୃତ୍ତିରେ ନିଜ ଅଂଶ ଧନ ଦେଉ ନାହାନ୍ତି, ପୂର୍ବ ଧାର୍ଯ୍ୟ ୯୦ ଭାଗ ଛାତ୍ର ବୃତ୍ତି କେନ୍ଦ୍ର ସରକାର ଓ ୧୦ ଭାଗ ରାଜ୍ୟ ସରକାର ଦେବା କଥା କିନ୍ତୁ ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ଓଲଟି ଯାଇ ରାଜ୍ୟ ସରକାର ୮୦ଭାଗ ଓ କେନ୍ଦ୍ର ସରକାର ୨୦ଭାଗ ରୁ ବି କାମ ଛାତ୍ର ବୃତ୍ତି ଦେଉଛନ୍ତି ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ସରୋଜ ସାହୁ ଅଭିଯୋଗ ଆଣି ଥିବା ବେଳେ, ଅନସୂଚିତ ଜାତି ବର୍ଗ ର ଛାତ୍ରଙ୍କୁ ଶିକ୍ଷାରୁ ବଂଚିତ କରୁଥିବାର ଏହା କେନ୍ଦ୍ର ସରକାରଙ୍କ ପ୍ରୟାସ ବୋଲି ଜିଲ୍ଲା ସଭାପତି ରାଜେନ୍ଦ୍ର ଢୋଲକିଆ ମତ ପ୍ରକାଶ କରିଥିଲେ । ବିଜୁ ଛାତ୍ର ଜନତା ଦଳ ସାରା ଓଡିଶା ରେ ୨ ଲକ୍ଷ ଛାତ୍ର ଛାତ୍ରୀ ଙ୍କ ସ୍ଵାକ୍ଷର ସଂଗ୍ରହ କରି ସମସ୍ତ ଛାତ୍ର ଙ୍କୁ ସଚେତନ କରାଇବ । ନୂଆପଡା ଜିଲ୍ଲାରେ ୨୦ ହଜାର ରୁ ଉର୍ଦ୍ଧ ହସ୍ତାକ୍ଷର ସଂଗ୍ରହ କରି ଦେଖାଇବୁ ବୋଲି ବିଜୁ ଛାତ୍ର ଜନତା ଦଳ ସଭାପତି ରାଜେଶ ନିଗମ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.