ରୋଜଗାର ଦାବିରେ ଭାଜପା ଯୁବ ମୋର୍ଚ୍ଚାର ଜିଲ୍ଲାପାଳ ଅଫିସ ଘେରାଉ

ନୂଆପଡ଼ା,୨୮/୧: ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ରୋଜଗାର ପ୍ରଦାନ ଦାବିରେ ଆଜି ଭାଜପା ଜିଲ୍ଲା ଯୁବ ମୋର୍ଚ୍ଚା ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ବେକାର ଶିକ୍ଷିତ ଯୁବକ ଯୁବତୀ ମାନେ ଉତ୍ୟକ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରି ନିଜର ଶିକ୍ଷାଗତ ପ୍ରମାଣ ପତ୍ରର ଜେରେକ୍ସ କପିକୁ ପୋଡି ନିଆରା ଢଙ୍ଗରେ ପ୍ରତିବାଦ ଜଣାଇଥିଲେ ।

ମଧ୍ୟାହ୍ନରେ ଭାଜପା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଦିଲିପ ନିର୍ମଲକର ଓ ସାଧାରଣ ସମ୍ପାଦକ ତୁଲସ ପଟେଲଙ୍କ ନେତୃତ୍ୱରେ ଶତାଧିକ ଯୁବକ ଜିଲ୍ଲା ଭାଜପା କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ ନିକଟରେ ପହଞ୍ôଚ ଏକ ପ୍ରତିବାଦ ସଭା କରିଥିଲେ ।


ରାଜ୍ୟ ସରକାର ଶିକ୍ଷିତ ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟ ଯୁବକ ଯୁବତୀ ପରିବାର ପ୍ରତିପୋଷଣ ପାଇଁ ରୋଜଗାର ଆଶାରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ନିର୍ଯ୍ୟାତନର ଶୀକାର ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି । ଅନେକ ଯୁବକ ଯୁବତୀ ଭିନ୍ନକ୍ଷମ ସାଜି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି । ଜିଲ୍ଲାରେ ଗତ ୩ ବର୍ଷରେ ୧୦ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ ପଂଜିକରଣ କରିଥିବା ବେଳେ ରାଜ୍ୟ ସରକାର ମାତ୍ର ୩୦ ଜଣ ଶିକ୍ଷିତ ଯୁବକ ଯୁବତୀଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଛନ୍ତି । ଏଭଳି ସ୍ଥଳରେ ଜିଲ୍ଲାରେ ବେକାର ଯୁବକ ଯୁବତୀ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯୁବ ଗୋଷ୍ଠୀ ବେରୋଜଗାର ହୋଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ହୋଇ ପଥଭ୍ରଷ୍ଟ ହେଉଛନ୍ତି ବୋଲି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି।


ଘେରାଉରେ ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ଅଭିନନ୍ଦନ ପଣ୍ଡା, ସମ୍ପାଦକ କବି ଦାସ, ମଣ୍ଡଳ ସଭାପତି ଚନ୍ଦନ ଠାକୁର, ହେମଚନ୍ଦ ଦଣ୍ଡସେନା, ସୁନିଲ ସାହୁ, ଭୁବନ ବାଗ, ପିଣ୍ଟୁ ଠାକୁର, ସାଧାରଣ ସମ୍ପାଦକ ପବନ ମାଝି ସମେତ ସମସ୍ତ ମୋର୍ଚ୍ଚାର ସଭାପତି ସମ୍ପାଦକ ସାମିଲ ହୋଇଥିଲେ । ଆଗାମୀ ଦିନରେ ଜିଲ୍ଲାର ଯୁବକ ଯୁବତୀଙ୍କୁ ରୋଜଗାର ନ ମିଳିଲେ ଯୁବ ସମାଜ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । 

ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ୍ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published.

error: You are not allowed to copy this content. Thank you.