ନୂଆପଡା,୨୯/୧: ଛତିଶଗଡ଼ ରାଜ୍ୟ ରୁ ଓଡିଶାକୁ ଚିପ୍ସ ଚୋରା ଚାଲଣ ବେଳେ ନୂଆପଡା ସଦର ତହସିଲଦାର ଜୟଶ୍ରୀ ପାଢ଼ୀ ଚଢ଼ାଉ କରି ୩୧,୧୦୫ ଟଙ୍କା ଫାଇନ୍ ଜୋରିମନା କରିଛନ୍ତି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଏକ ୧୪ ଚକିଆ ଟ୍ରକ ଗାଡି ନମ୍ବର (ସିଜି ୦୪ ଏଲ ଇ ୭୨୬୬) ରେ ବେଆଇନ ଚିପ୍ସ ଛତିଶଗଡ଼ ରାଜ୍ୟ ରାୟପୁର ରୁ ନୂଆପଡା ଜିଲ୍ଲା କୁରୁମପୁରୀ କୁ ଆସୁ ଥିଲା । ବିଶେଷ ସୂତ୍ରରୁ ଖବର ପାଇ ତହସିଲଦାର ନୂଆପଡା ଖରିଆର ରୋଡ ମଝି ପେଟ୍ରୋଲ ପମ୍ପ ପାଖରେ ନୂଆପଡା ସଦର ପୋଲିସ ଟିମ ଓ ତହସିଲ ଅଫିସ କର୍ମଚାରୀଙ୍କ ସାହାଯ୍ୟରେ ଗାଡିକୁ ଅଟକାଇ କାଗଜ ପତ୍ର ସବୁ ମାଗି ଥିଲେ, କିନ୍ତୁ ଡ୍ରାଇଭର ଉପଯୁକ୍ତ କାଗଜ ପତ୍ର ଦେଇପାରି ନଥିବାରୁ ଏହା ବେଆଇନ ଚାଲାଣ ବୋଲି ଜଣାପଡି ଥିଲା । ତେଣୁ ତହସିଲଦାର ୩୧,୧୦୫ଟଙ୍କାର ଥିବାରୁ ଚାଲଣ କାଟି ଥିଲେ ।
ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube